ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଶତକ ହାସଲ କରିଥିଲେ ମଧ୍ୟ ୧୦୫ ରନ୍ ରେ ବୋଲିଂ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପର୍ଥରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୯୯ ରନର ଟାର୍ଗେଟ ଦେଇଥିଲା ।
ତେବେ ଭାରତୀୟ ଦଳର ବ୍ୟାଟିଂ ଆରମ୍ଭ ଭଲ ନଥିଲା ଏବଂ ଦଳର ପ୍ରଥମ ୱିକେଟ୍ ମାତ୍ର ୧୬ ରନ୍ ରେ ପଡ଼ିଯାଇଥିଲା । ଓପନର ରିଚା ଘୋଷ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଏହା ପରେ ହର୍ଲିନ ଦେଓଲ ଓ ସ୍ମୃତି ମନ୍ଧାନା ଇନିଂସ ହାତକୁ ନେଇଥିଲେ ।
ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୪ ଟି ୱିକେଟ୍ ନେଇଥିଲେ । ଅରୁନ୍ଧତୀ ଅଷ୍ଟ୍ରେଲିଆ ଦଳର ଟପ୍ ଅର୍ଡରରେ ସମ୍ପୂର୍ଣ୍ଣ ଆଧିପତ୍ୟ ବଜାୟ ରଖିଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ଜିତିଛି ।