ଓଡ଼ିଶା ଭାସ୍କର: ଆଧାରକାର୍ଡକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୩ ଦିନ ପରେ ଅନେକ ଲୋକଙ୍କ ଆଧାରକାର୍ଡ ଅଚଳ ହୋଇଯାଇପାରେ । ଯଥା ଶୀଘ୍ର ଆଧାର କାର୍ଡରେ ଥିବା ଭୁଲକୁ ସୁଧାରି ନିଅନ୍ତୁ । ନଚେତ୍ ଆପଣଙ୍କ ଆଧାର କାର୍ଡ ମଧ୍ୟ ବ୍ଲକ ହୋଇପାରେ । ଆଧାରକାର୍ଡ ଅପଡେଟ୍ କରିବା ପାଇଁ ଶେଷ ତାରିଖ ପାଖେଇ ଆସୁଛି । ଆଉ ମାତ୍ର ୩ ଦିନ ବାକି, ଡିସେମ୍ବର ୧୪ ତାରିଖ ପରେ ଆଧାର କାର୍ଡରେ ଥିବା ଭୁଲ ସଂଶୋଧନ କରିବା ହୋଇଯିବ ମହଙ୍ଗା । ଏହି ୩ ଦିନ ଭିତରେ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ ୟୁଜର । ନଚେତ୍ ଏହି ୧୪ ତାରିଖ ପରେ ଆପଣମାନେ ବୋହୁ ଅସୁବିଧାର ସମ୍ମୁଖୀନ ହେବେ ।
ଶୀଘ୍ର କରନ୍ତୁ ଆଧାର କାର୍ଡ ଅପଡେଟ୍ କରନ୍ତୁ, ଆଉ ମାତ୍ର ୩ ଦିନ ବାକି ଯଦି କୌଣସି ବ୍ୟକ୍ତିଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି ତେବେ ସଶୋଂଧନ କରିନିଅନ୍ତୁ । କାରଣ ଏବେ ଆଧାର ମାଗଣାରେ କରାଯାଉଛି । କିନ୍ତୁ ଆଉ ତିନି ଦିନ ପରେ ଆପଣମାନେ ଆଉ ମାଗଣାରେ ଆଧାର ଅପଡେଟ୍ କରିପାରିବେନି । ତେବେ ଆଧାରକାର୍ଡ ସସୋଂଧନ ପାଇଁ UIDAI ସମୟସୀମାକୁ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛି । ଅର୍ଥାତ ଆପଣ ହାତ ମାତ୍ର ଆଉ ୩ ଦିନ ରହିଲା । ପୂର୍ବରୁ ଏହି ଡେଡଲାଇନକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା । ପ୍ରଥମେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଡେଡଲାଇନ୍ ରଖାଯାଇଥିଲା । ଏହା ପରେ ଘୁଂଚାଇ ଜୁନ୍ ୧୪ ସେପ୍ଟମ୍ବର ୧୪ ଓ ପୁଣି ଡିସେମ୍ବର ୧୪କୁ ଘୁଂଚାଇ ଦିଆଯାଇଛି । ତେଣୁ ହାତରେ ସମୟ ଥାଉ ଥାଉ ଆଧାର ଅପଡେଟ୍ କରିନିଅନ୍ତୁ । ନହେଲେ ଆଗମୀ ଦିନରେ ଆପଣଙ୍କୁ ଆଧାରକାର୍ଡ ଅବଡେଟ୍ ପାଇଁ ଟଙ୍କା ଦେବାକୁ ପଡିପାରେ ।
- ତେବେ ଆସନ୍ତୁ ଜାଣିବା କେମିତି ଅନଲାଇନ୍ କରିବେ ଆଧାର Update
- ପ୍ରଥମେ UIDAI ସାଇଟକୁ ଯାଆନ୍ତୁ
- ହୋମ୍ ପେଜରେ ଥବା ଆଧାର ପୋର୍ଟାଲ ଉପରେ କ୍ଲିକ୍ କରନ୍ତୁ
- ମୋବାଇଲକୁ ଆସିଥିବା OTPକୁ ଦେଇ ଲଗିନ୍ କରନ୍ତୁ
- ଏହା ପରେ ଆପଣଙ୍କ ବିବରଣୀ ଯାଞ୍ଚ କରନ୍ତୁ
- ଯଦି କିଛି ଭୁଲ ରହିଛି ତେବେ Correction କରନ୍ତୁ
ଯଦି କିଛି ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ଭୁଲ ଦେଖିବେ ତେବେ ଡ୍ରପ୍ ଡାଉନ୍ ମେନୁରୁ ପରିଚୟ ଡକ୍ୟୁମେଂଟ ଚୟନ କରନ୍ତୁ, ଏହା ପରେ ଡକ୍ୟୁମେଂଟ ଅପଲୋଡ କରନ୍ତୁ । ତେବେ ସବୁ ଡକ୍ୟୁମେଂଟ ଜେପିଇଜି, ପିଏନ୍ଜି ଏବଂ ପିଡିଏମ୍ ଆକାରରେ ଅପଲୋଡ୍ କରିପାରିବେ । ଯଦି ଆପଣମାନେ ଡେଡଲାଇନ୍ ଶେଷ ପରେ ଆଧାର କରେକ୍ସନ୍ କଲେ ତେବେ ଆପଣଙ୍କୁ ୟୁଆଇଡିଏଆଇ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୫୦ ଟଙ୍କା ଆପଣଙ୍କୁ ଦେବାକୁ ପଡିବ । ତେବେ ମାଗଣାରେ ଆଧାର ଅପଡେଟ୍ କରିନିଅନ୍ତୁ ଡିସେମ୍ବର ୧୪ ତାରିଖ ସୁଦ୍ଧ । ଶୀର୍ଘ ଶେଷ ହେବାକୁ ଯାଉଛି ମାଗଣାରେ ଆଧାର ଅପଡେଟ୍ ଅବଧି । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିନା ମୂଲ୍ୟରେ ୧୪ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ଆଧାର ଅପଡେଟ୍ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଥିଲେ । ବର୍ତ୍ତମାନ ଏହି ସମୟସୀମାକୁ ଆହୁରି ବଢ଼ାଇବାର ଆଶା କମ୍ ଅଛି । ତେଣୁ, ଆଧାର ବିବରଣୀକୁ ମାଗଣାରେ ଅପଡେଟ୍ କରିବା ପାଇଁ ଶୀଘ୍ର, UIDAI ୱେବସାଇଟକୁ ଯାଇ କରାଇ ନିଅନ୍ତୁ ।