ଧନୁ ସଂକ୍ରାନ୍ତିକୁ ନେଇ ଦ୍ବନ୍ଦ! ଆଜି ନା କାଲି.. କେବେ ପାଳନ ହେବ ଜାଣନ୍ତୁ

ଭୁବନେଶ୍ବର: ଚଳିତ ବର୍ଷ ପ୍ରାୟ ପ୍ରତ୍ୟେକ ପର୍ବପର୍ବାଣୀକୁ ନେଇ ଦ୍ବନ୍ଦ ଦେଖାଯାଇଥିଲା । ଏହାରି ଭିତରେ ପୁଣି ଧନୁ ସଂକ୍ରାନ୍ତିକୁ ନେଇ ମଧ୍ୟ ଦ୍ବନ୍ଦ ଦେଖାଯାଇଛି । କେତେଜଣ 15 କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆଉ କିଛି ଜଣ 16 ତାରିଖରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଞ୍ଜିରେ ମଧ୍ୟ ଦୁଇ ଦିନ ଉଲ୍ଲେଖ ରହିଥିବାରୁ କେବେ ପାଳନ ହେବ ତାକୁ ନେଇ ଦ୍ବନ୍ଦ ଦେଖାଯାଇଛି । ଦେଶରେ ଧନୁ ସଂକ୍ରାନ୍ତି15  ତାରିଖରେ ପାଳନ ହେବାକୁ ଥିବା ବେଳେ ରାଜ୍ୟରେ 16 ତାରିଖରେ ପାଳନ ନେଇ ପାଞ୍ଜିରେ ଲେଖା ହୋଇଛି । ଶ୍ରୀମନ୍ଦିରରେ କିନ୍ତୁ 16 ତାରିଖରେ ହିଁ ଶ୍ରୀମନ୍ଦିରରେ ପାଳିତ ହେବ ଧନୁ ସଂକ୍ରାନ୍ତି ।

ଏକ ଜୋତିର୍ବିଦଙ୍କ କହିବା ଅନୁସାରେ, ସୂର୍ଯ୍ୟ ଧନୁ ରାଶିକୁ ରାତି 10 ଟା ପରେ ଚଳନ କରିବେ । ତେଣୁ 15 ତାରିଖ ଅର୍ଥାତ୍ ଆଜି ପାଳନ କରିବା କଥା । କିନ୍ତୁ ଶ୍ରୀମନ୍ଦିରରେ 16 ତାରିଖରେ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ନୀତି ଯେଉଁଦିନ ଉକ୍ତ ଦିନ ହିଁ ଓଡିଶାର ପାଳନ ହେଉଥିବାରୁ ଅନେକ ଲୋକ ଡିସେମ୍ବର 16 ତାରିଖ ଅର୍ଥାତ୍ ସୋମବାର ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଧନୁ ସଂକ୍ରାନ୍ତି ଠାରୁ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।