fbpx

ଘରର ଛାତରୁ ପୁଲକୁ ଡେଉଁଥିଲେ ଯୁବତୀ, କିନ୍ତୁ ଘଟିଗଲା କିଛି ଏପରି..

ସୋସିଆଲ ମିଡିଆରେ ବହୁତ ଭିଡିଓ ପ୍ରତ୍ୟେକ ଦିନ ଭାଇରାଲ ହୋଇଥାଏ, ଯେଉଁଥିରେ କିଛିଟା ହୃଦୟକୁ ଦୋହଲାଇବା ଦୃଶ୍ୟ ମଧ୍ୟ ରହିଥାଏ । ସେହିପରି ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ଭିଡିଓଟିରେ ଜଣେ ଯୁବତୀ ଘରର ଛାତ ଉପରୁ ତଳେ ଥିବା ପୁଲ୍କୁ ଡେଉଁଛନ୍ତି । କିନ୍ତୁ ଡେଇଁଲା ବେଳେ ଘଟିଗଲା ଏକ ଅଘଟଣ । ପାଣିରେ ପଡିବା ପୂର୍ବରୁ ସେ ଘରର ଛାତରେ ଧକ୍କା ହୋଇ ପାଣିରେ ପଡିଲେ ।

ତେବେ ଭିଡିଓରେ ଦୁଇ ଯୁବକ ଓ ଯୁବତୀ ପୁଲକୁ ଡେଇଁବା ପାଇଁ ଛାତ ଉପରେ ଠିଆ ହୋଇଛନ୍ତି । ଯୁବକ ଜଣକ ଆରାମରେ ଡେଇଁପଡିଥିବା ବେଳେ ଯୁବତୀ ଜଣକ ଡେଇଁବା ବେଳେ ଅଘଟଣା ଘଟିଗଲା । ଯାହାକି ସେଠାରେ ଲାଗିଥିବା ସିସିଟିଭ କ୍ୟାମେରାରେ ରେକର୍ଡିଂ ହୋଇଗଲା ।

ସୂଚନା ମୁତାବକ ଏହି ଭିଡିଓଟି ଆମେରିକାର ହୋଇଥିବା ବେଳେ ୬ ଜୁଲାଇରେ ଏହା ସେୟାର କରାଯାଇଥିଲା । ଯୁବତୀ ଜଣକ ପାଣିରେ ପଡିବା ପରେ ବି ଠିକ୍ ଅଛନ୍ତି ବୋଲି ଜଣାପଡିଛି । ଏହି ଭିଡିଓକୁ ୧୧.୩ ମିଲିୟନ ଦେଖିସାରିଥିବା ବେଳେ ୩୧୯.୨ ହଜାର ଜଣ ଲାଇକ୍ କରିସାରିଛନ୍ତି ।

Get real time updates directly on you device, subscribe now.