ଏହି କାହାଣୀ ମିଆଁମାରରୁ ଆସିଛି । ପରିସ୍ଥିତି ଏପରି ହୋଇଛି ଯେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ଅନେକ ମହିଳା ବର୍ତ୍ତମାନ ପରିବାର ଚଳାଇବା ପାଇଁ ନିଜ ଶରୀର ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କୁହାଯାଏ ଯେ ପୂର୍ବରୁ କରୋନାଭାଇରସ୍ ମହାମାରୀ ସହ ସଂଗ୍ରାମ କରୁଥିବା ଦେଶ ମଧ୍ୟ ଏକ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା ଏବଂ ସେହି ଦିନଠାରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଫେବୃଆରୀ ୨୦୨୧ ରେ ମିଆଁମାରରେ ସେନା କ୍ଷମତା ଦଖଲ କଲା ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଏପରି ଜଣେ ମହିଳା ମେ’ଙ୍କ ବିଷୟରେ ଉଲ୍ଲେଖ ଅଛି । ସ୍ପଷ୍ଟ କାରଣ ପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ କାହାଣୀ କହିଛନ୍ତି । କୋଭିଡ ଏବଂ ସେନା କ୍ଷମତା ଗ୍ରହଣ କରିବା ପରେ ମୂଲ୍ୟ ବଢ଼ିବାରେ ଲାଗିଲା । ଫଳସ୍ୱରୂପ, ତାଙ୍କର ମାସିକ ଆୟ ୪୧୫ ଡଲାର ଅଧିକ ଦ୍ରୁତ ଗତିରେ ଖର୍ଚ୍ଚ ହେବାକୁ ଲାଗିଲା । ଏଭଳି ପରିସ୍ଥିତିରେ ତାଙ୍କୁ କିଡନୀ ରୋଗରେ ପୀଡିତ ପିତାଙ୍କ ପାଇଁ ମଧ୍ୟ ଚିକିତ୍ସା କରିବାକୁ ପଡୁଥିଲା । ସେ ଏକ ବର୍ଷରୁ ଅଧିକ ସମୟ ଧରି ଦେ ବ୍ୟାପାରରେ ଅଛନ୍ତି ।
ଏକ ଇଂରାଜୀ ଖବରକାଗଜ ସହିତ କଥାବାର୍ତ୍ତା କରୁଥିବାବେଳେ ସେ କହିଛନ୍ତି ଯେ, ଖରାପ ପରିସ୍ଥିତିରେ ସେ ତାଙ୍କଠାରୁ ଅଧିକ ରୋଜଗାର କରୁଥିବା ‘ଡେଟ୍ ଗାଲର୍ସ’ ବିଷୟରେ ଜାଣିବାକୁ ପାଇଥିଲେ । ଏଥିରେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ମେ କୁହନ୍ତି, ‘ଡାକ୍ତର ହେବା ପାଇଁ ବହୁ ବର୍ଷର ଅଧ୍ୟୟନ ପରେ ମଧ୍ୟ ମୋର ଆବଶ୍ୟକତା ପୂରଣ କରିବା ପାଇଁ ମୋତେ ଏହି କାମ କରିବାକୁ ପଡୁଛି ।’
ରିପୋର୍ଟ ଅନୁଯାୟୀ, ଡାକ୍ତର, ଶିକ୍ଷକ, ନର୍ସ ଏବଂ ସେହିଭଳି ଚାକିରିରେ ଜଡିତ ଅନେକ ମହିଳା ଯୌନ କର୍ମୀ ହୋଇଛନ୍ତି । ଯଦିଓ ସେଠାରେ କେତେଜଣ ମହିଳା ଅଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପାଇବା କଷ୍ଟସାଧ୍ୟ, ତଥାପି ରାସ୍ତାରେ ମହିଳାଙ୍କ ଗତିବିଧି ବୃଦ୍ଧି ପାଇଛି ବୋଲି କୁହାଯାଉଛି । ଖବରକାଗଜ ସହ କଥାବାର୍ତ୍ତା ବେଳେ ଅର୍ଦ୍ଧ ଡଜନ ମହିଳା କହିଛନ୍ତି ଯେ, ଶିକ୍ଷିତ ମହିଳାମାନେ ରୋଜଗାର ପାଇଁ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।