ନୂଆଦିଲ୍ଲୀ: ବ୍ୟାଙ୍କ ଉପରେ ବର୍ତ୍ତମାନ ସମୟରେ ବହୁ ଲୋକ ନିର୍ଭରଶୀଳ । ପ୍ରତ୍ୟେକ ଦିନ ଶହ ଶହ ଲୋକ ବ୍ୟାଙ୍କ ଯାଉଛନ୍ତି । ବେଳେବେଳେ ବ୍ୟାଙ୍କଗୁଡ଼ିକର ଟାଇମିଂ ପାଇଁ ଗ୍ରାହକ ଦ୍ୱନ୍ଦ୍ୱରେ ରୁହନ୍ତି । କାରଣ ସେମାନେ ଜାଣିପାରନ୍ତି ନାହିଁ କେତେବେଳେ ବ୍ୟାଙ୍କ ଖୋଲିବ । ସେଥିପାଇଁ ନିଜ କାମ ଛାଡ଼ି ଲୋକମାନେ ଘଣ୍ଟା ଘଣ୍ଟା ବ୍ୟାଙ୍କ ବାହାରେ ଛିଡ଼ା ରହିଥାନ୍ତି । ଏ ସବୁ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟ ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସବୁ ନ୍ୟାଶନାଲାଇଜ୍ଡ ବ୍ୟାଙ୍କ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଖୋଲିବ । ଯାହାଫଳରେ ଗ୍ରାହକଙ୍କୁ କୌଣସି ସମସ୍ୟାରେ ସମ୍ମୁଖିନ ହେବାକୁ ପଡ଼ିବ ନାହିଁ ।
ନୂଆ ବର୍ଷରୁ ନୂଆ ସମୟରେ ଖୋଲିବାକୁ ଯାଉଛି ବ୍ୟାଙ୍କ । ସକାଳ ୧୦ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ସବୁ ବ୍ୟାଙ୍କ ପାଇଁ ଗୋଟିଏ ସମୟ ନିର୍ଦ୍ଧାରଣ କରିବା ଦ୍ୱାରା ଉଭୟ ଗ୍ରାହକ ଓ କର୍ମଚାରୀ ଲାଭବାନ ହେବେ । କର୍ମଚାରୀମାନେ ମାତ୍ର ୬ ଘଣ୍ଟା କାମ କରିବେ । ସେମାନଙ୍କୁ ଏ ନେଇ ପୂର୍ବରୁ ହେଉଥିବା ଅସୁବିଧା ସବୁ ଦୂର ହେବ । ମଧ୍ୟ ପ୍ରଦେଶ ସରକାରଙ୍କର ଏ ପ୍ରକାର ନିଷ୍ପତ୍ତି ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ଭଲ ଉଦାଦରଣ ସୃଷ୍ଟି କରିବ । ଏମପି ମଡେଲକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟମାନେ ମଧ୍ୟ ଏ ପ୍ରକାର ନିଷ୍ପତ୍ତି ନେଇପାରିବେ ଓ ବ୍ୟାଙ୍କ ସମୟକୁ ନେଇ ଦେଖାଯାଉଥିବା ଅସୁବିଧାକୁ ଦୂର କରିପାରିବେ ।