ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ଚାଷୀ

ନୂଆଦିଲ୍ଲୀ– ଏମଏସପିକୁ ନେଇ ସୁପ୍ରିମ କୋର୍ଟରେ ପହଞ୍ଚିଲେ ଚାଷୀ । ଚାଷୀ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚ ଓ କିସାନ ମଜଦୁର ମୋର୍ଚ୍ଚା ସୁପ୍ରିମ କୋର୍ଟଙ୍କୁ ଚିଠି କରି ଏମଏସପି ଗାରେଣ୍ଟି ଆଇନ କରିବାକୁ ଆଦେଶ ଦେଇଛନ୍ତି । ଚାଷୀଙ୍କ କହିବା କଥା ଆମେ ଦାବି କରି ନ ଥିଲୁ, ବିଭିନ୍ନ ସରକାର ଆମକୁ ଏହି ପ୍ରତିଶ୍ରୁତି ଦେଇଆସିଛନ୍ତି ।

ଏହା ପୂର୍ବରୁ ଖନ୍ନୌରୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଅନସନରେ ବସୁଥିବା ବେଳେ କିସାନ ମଜଦୁର ସଂଘର୍ଷ କମିଟି ଶମ୍ଭୁ ବର୍ଡରରେ ଧାରଣା ଦେଉଛି । ଏହାକୁ ନେଇ ସଂସଦୀୟ ମାମଲାର କମିଟି ଏମଏସପିର ଆଇନଗତ ଗ୍ୟାରେଣ୍ଟି ପାଇଁ ସୁପାରିଶ କରିଛି । ଏହା ବ୍ୟତୀତ ହରିଆଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡଡା ଚାଷୀ ଆନ୍ଦୋଳନ ଉପରେ ଗୁରୁବାରକୁ କହିଛି କି, ସରକାର ଚାଷୀଙ୍କ ସମସ୍ୟା ଶୁଣନ୍ତୁ ।

ସେ କହିଛନ୍ତି କି, ଏହି ମୁଦ୍ଦାକୁ ସୁପ୍ରିମ କୋର୍ଟରେ ଉଠାଇବାର ଆବଶ୍ୟକତା ରହିଛି ଓ ଯଦି ଚାଷୀ ଚାହୁଁଛନ୍ତି ତ ସରକାରକୁ ଏହାର ସମାଧାନ କରିବା ଦରକାର । କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ସେଠାକୁ ଯିବ । ଯେଉଁ ଚାଷୀ ନେତା ଅଛନ୍ତି, ସେମାନଙ୍କ ଅବସ୍ଥା ଗମ୍ଭୀର ହେଲାଣି । ପ୍ରଜାତନ୍ତ୍ରରେ ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଥିବା କହିଛନ୍ତି ହୁଡ୍ଡା ।

ଏହି ପ୍ରସଙ୍ଗରେ ଗୁରୁବାର କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂହ ହୁଡା ଚାଷୀ ନେତା ଜଗଜିତ ସିଂହ ଡଲ୍ଲେବାଲଙ୍କୁ ଭେଟିବାକୁ ଖନ୍ନୌରୀ ବର୍ଡର ଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ସରକାର ଅହଂକାର ତ୍ୟାଗ କରି ମାନବତା ଦେଖାଇବାକୁ କହିଛନ୍ତି ।