ବେସରକାରୀ କର୍ମଚାରୀମାନଙ୍କୁ ନୂଆ ବର୍ଷର ଉପହାର, ବଢ଼ିବ ବେସିକ୍ ଦରମା ଓ ପେନସନ୍ ଲିମିଟ୍ !

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ନୂଆ ବର୍ଷ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରେ । ସୂଚନାନୁସାରେ, ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଇପିଏଫଓ (କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ରେ ବେତନ ସୀମା ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି ।

ପେନସନ୍ ସୀମାରେ ଏକ ବଡ ପରିବର୍ତ୍ତନ ହେବ କି?
ବର୍ତ୍ତମାନ, ପେନସନକୁ ୧୫,୦୦୦ ଆଧାରରେ ଗଣନା କରାଯାଇଛି, ଯାହା ବର୍ତ୍ତମାନ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି । ୨୦୧୪ ଠାରୁ ଏହି ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ବର୍ତ୍ତମାନ ଏହାକୁ ଅପଡେଟ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀମାନେ ପ୍ରତି ମାସରେ ପାଉଥିବା ପେନସନରେ ଏକ ବଡ଼ ବୃଦ୍ଧି ଘଟିବ, ଯାହା ସେମାନଙ୍କର ଆର୍ôଥକ ସ୍ଥିତିକୁ ଦୃଢ଼ କରିବ ।

ଏହାର ପ୍ରଭାବ କ’ଣ ହେବ?
ଯଦି ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହୁଏ, ତେବେ କର୍ମଚାରୀଙ୍କ ମାସିକ ବେତନରେ ସାମାନ୍ୟ ହ୍ରାସ ହୋଇପାରେ କାରଣ ସେମାନଙ୍କୁ ଇପିଏଫଓରେ ଅଧିକ ଅବଦାନ ଦେବାକୁ ପଡିବ । ଦୀର୍ଘ ସମୟ ମଧ୍ୟରେ ଏହା କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ, କାରଣ ପେନସନ୍ ମାସକୁ୨୫୫୦ ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରେ ।

ଦୀର୍ଘ ଦିନ ଧରି ଚାଲିଥିଲା ଏଡି ଦାବି
ବେସରକାରୀ କ୍ଷେତ୍ରର କର୍ମଚାରୀମାନେ ଦୀର୍ଘ ଦିନ ଧରି ପେନସନ୍ ଏବଂ ଦରମା ସୀମା ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି । ଯଦି ବଜେଟ୍ ୨୦୨୫ ରେ ସରକାର ଏହି ପରିବର୍ତ୍ତନ ଲାଗୁ କରନ୍ତି, ତେବେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏହା ଏକ ବଡ ରିଲିଫ୍ ପଦକ୍ଷେପ ହେବ ।