୧୯୮୧ରେ କୁଏତ ଯାଇଥିଲେ ଇନ୍ଦିରା ଗାନ୍ଧୀ, ୪୩ ବର୍ଷ ପରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ କୁଏତ ଗସ୍ତରେ ଯିବେ । ୧୯୮୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ ହେବ । କୁଏତ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଓ ଆସନ୍ତାକାଲି ମୁଁ କୁଏତ ଗସ୍ତ କରିବି । ଏହି ଗସ୍ତ ଭାରତ ଓ କୁଏତ ମଧ୍ୟରେ ଐତିହାସିକ ସମ୍ପର୍କକୁ ଗଭୀର କରିବ । ମୁଁ କୁଏତର ଅମୀର, କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି । ପରେ ସନ୍ଧ୍ୟାରେ ମୁଁ ଭାରତୀୟ ସମୁଦାୟଙ୍କୁ ଭେଟିବି ଏବଂ ଆରବ ଗଲ୍ଫ କପ୍ ଉଦଘାଟନୀ ସମାରୋହରେ ଯୋଗଦେବି ବୋଲି ସେ କହିଛନ୍ତି ।

୨୦୦୯ମସିହାରେ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ହାମିଦ ଅନସାରୀ କୁଏତ ଗସ୍ତ କରିଥିଲେ ।  ଯାହା ଇନ୍ଦିରା ଗାନ୍ଧୀଙ୍କ ଗସ୍ତ ପରଠାରୁ ଜଣେ ଭାରତୀୟ ରାଜନେତାଙ୍କ କୁଏତ ଗସ୍ତ ଥିଲା । ସେପଟେ କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ନେତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।