ଗିନିଜ ୱାର୍ଲ୍ଡ ରେକର୍ଡ ସମେତ ୩ଟି ବିଶ୍ୱ ରେକର୍ଡ କଲା ‘World Meditates with Gurudev’ ୧୮୦ରୁ ଅଧିକ ଦେଶ ହେଲା ସାମିଲ
ନ୍ୟୁୟର୍କ: ରେକର୍ଡ କଲା ୱାର୍ଲ୍ଡ ମେଡିଟେଶନ୍ ୱିଥ୍ ଗୁରୁଜୀ କାର୍ଯ୍ୟକ୍ରମ । ଗୁରୁଦେବଙ୍କ ଏ ନିଆରା କାର୍ଯ୍ୟକ୍ରମ ଗୋଟିଏ କି ଦୁଇଟି ନୁହେଁ ବରଂ ତିନିଟି ରେକର୍ଡ କରିଛି । ଗିନିଜ ୱାର୍ଲ୍ଡ ରେକର୍ଡ୍ସ, ଏସିଆ ବୁକ୍ ରେକର୍ଡ୍ସ ଏବଂ ୱାର୍ଲ୍ଡ ରେକର୍ଡ ୟୁନିୟନରେ ସାମିଲ ହୋଇଛି । ଆର୍ଟ ଅଫ୍ ଲିଭିଙ୍ଗ ଦ୍ୱାରା ଆୟାଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ଏକାଧିକ ଲକ୍ଷ ଲୋକ ସାମିଲ ହୋଇଥିଲେ । ସାମୁହିକ ଧ୍ୟାନ ପାଇଁ ଏହି କାର୍ଯ୍ୟକ୍ରମ ଏକ ନୂଆ ଅନୁଭୂତି ସୃଷ୍ଟି କରିଛି । ୧୮୦ରୁ ଅଧିକ ଦେଶର ଲୋକ ଏଥିରେ ଯୋଗ ଦେଇଥିଲେ ।
ୟୁଟ୍ୟୁବରେ କାର୍ଯ୍ୟକ୍ରମର ଲାଇଭ୍ରେ ସବୁଠାରୁ ଅଧିକ ଲୋକ ଏହାର ଭିଡିଓ ଦେଖିଛନ୍ତି । ଗୋଟିଏ ଦିନରେ ଭାରତର ବିଭିନ୍ନ ରାଜ୍ୟରୁ ମାତ୍ରାଧିକ ଲୋକ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ଏହାଛଡ଼ା ଏକାଧିକ ଦେଶ ମଧ୍ୟ ଏଥିରେ ସାମିଲ ହୋଇ ଭିନ୍ନ ଏକ ରେକର୍ଡ ସୃଷ୍ଟି କରିଛି । ରେକର୍ଡ ସଂଖ୍ୟକ ଲୋକ ଏହି ଧ୍ୟାନ କାର୍ଯ୍ୟକ୍ରମକୁ ଗ୍ରହଣ କରିବାର ଅର୍ଥ, ବୈଶ୍ୱିକ ସ୍ତରରେ ଧ୍ୟାନକୁ ଆଦର କରାଯାଉଛି । ନ୍ୟୁୟର୍କସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରୁ ଗୁରୁଦେବ କାର୍ଯ୍ୟକ୍ରମର ଲାଇଭ କରୁଥିଲେ । ଏହାଦ୍ୱାରା ଗୁରୁଦେବ ମାବନ ଜାତିର ଭବିଷ୍ୟତ ପାଇଁ ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ କରୁଣାମୟ ବିଶ୍ୱ ନିର୍ମାଣ ।