(Video) ବ୍ରାଉନ ସୁଗାର ଜବତ କରିବାକୁ ଯାଇ ପୋଲିସ ହଟହଟ୍ଟା

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବ୍ରାଉନ ସୁଗାର କାରବାରକୁ ନେଇ ଅବକାରୀ ଟିମ ରେଡ କରିବାକୁ ଯାଇ ହୋଇଛି ହଟହଟ୍ଟା । ଅବକାରୀ ଗାଡିର ଚାବିକୁ ଗ୍ରାମବାସୀ ଛଡାଇନେଇ ଦୀର୍ଘ ସମୟ ଟିମକୁ ଘେରାବନ୍ଦୀ କରିବା ସହ ନାକେଦମ କରିଛନ୍ତି । ଏପରି ଘଟଣା ସୋମବାର ପୂର୍ବାହ୍ନରେ ଜଳେଶ୍ୱର ଅଞ୍ଚଳରେ ଘଟିଛି । ରେଡ କରିବାକୁ ଯାଇଥିବା ବେଳେ ଗ୍ରାମବାସୀ ନାକେଦମ କରିଛନ୍ତି ଅବକାରୀ ଟିମକୁ ।

ସୂଚନା ମୁତାବକ, ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା କି, ଜଳେଶ୍ୱର କର୍ଦ୍ଦମା ବଜାର ଅଞ୍ଚଳରେ ଜନୈକ ବୃଦ୍ଧାଙ୍କ ଘରେ ବ୍ରାଉନ ସୁଗାର କାରବାର ହେଉଛି । ଖବର ପାଇ ଅବକାରୀ ଟିମ କର୍ଦ୍ଦମା ବଜାରରେ ରେଡ କରିଥିଲା । ଜଣେ ବୃଦ୍ଧାଙ୍କ ଘରୁ ବିପୁଳ ବ୍ରାଉନ ସୁଗାର ମିଳିଥିଲା । ଟିମ ସମ୍ପୃକ୍ତ ବୃଦ୍ଧାଙ୍କୁ ଗିରଫ କରି ଗାଡିରେ ବସାଇବା ବେଳକୁ ବହୁ ଲୋକ ମାଡି ଆସି ଅବକାରୀ ଗାଡିର ଚାବି ନେଇ ଯିବା ସହ ବୃଦ୍ଧାଙ୍କୁ ଛାଡିବାକୁ ଦାବି କରିଥିଲେ ।

ସେମାନେ କହିଥିଲେ, ଯେଉଁ ଧଳା ପାଉଡରକୁ ଅବକାରୀ ଅଧିକାରୀ ବ୍ରାଉନ ସୁଗାର କହୁଛନ୍ତି ତାହା ବ୍ରାଉନ ସୁଗାର ନୁହେଁ, ବରଂ ମୁଲତାନୀ ମାଟି । ଏହାକୁ ନେଇ ଦୁଇ ପକ୍ଷ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ଅବକାରୀ ଅଧିକାରୀଙ୍କୁ ଚାବି ନ ଦେଇ ମହିଳାଙ୍କୁ ଛାଡିବା ପାଇଁ ସେଠାରେ ଧାରଣାରେ ବସିଥିଲେ ।

ତେବେ ଅବକାରୀ ଟିମ ତଥା କମର୍ଦ୍ଦା ଆଇଆଇସିଙ୍କ ମୁତାବକ ଏହି ପାଉଡର ବ୍ରାଉନ ସିଗାର ।