CHARIDHAM

ଆରପାରିରେ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗାଲ, ୯୦ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ନୂଆଦିଲ୍ଲୀ: ପ୍ରଖ୍ୟାତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲଙ୍କ ୨୩ ଡିସେମ୍ବର ୨୦୨୪ରେ ପରଲୋକ ଘଟିଛି। ସେ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ୩୦ରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ଦୀର୍ଘଦିନ ଧରି ବେନେଗଲ କିଡନୀ ସମସ୍ୟାରେ ପୀଡିତ ଥିଲେ। ତେବେ ଶ୍ୟାମ ବେନେଗଲଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ତାଙ୍କ ଝିଅ ପିୟା ବେନେଗଲ। ଶ୍ୟାମ ବେନେଗଲଙ୍କ କାହାଣୀ ସତ୍ୟ ପ୍ରସଙ୍ଗ ଉପରେ ଆଧାରିତ। ଏହା ସମାଜକୁ ଶିକ୍ଷା ଏବଂ ଆହ୍ୱାନ ଦେବାକୁ ପ୍ରଚେଷ୍ଟା କରିଥାଏ।

ସେ ବହୁ ସମୟରୁ ଅସୁସ୍ଥ ଥିବା ସତ୍ତ୍ୱେ କର୍ମ କ୍ଷେତ୍ରରୁ ଅଲଗା ହୋଇନାହାନ୍ତି। ଲଗାତାର ସେ ନୂଆ ପ୍ରୋଜେକ୍ଟରେ କାମ କରିଆସିଛନ୍ତି। ୧୪ ଡିସେମ୍ବର ୧୯୩୪ ମସିହାରେ ଶ୍ୟାମ ବେନେଗଲ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୯୧ରେ ପଦ୍ମ ଭୂଷଣ ମଧ୍ୟ ମିଳିଥିଲା। ଶେଷରେ ୨୦୦୫ ମସିହାରେ ସର୍ବୋଚ୍ଚ ଫିଲ୍ମ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ ଶ୍ୟାମ ବେନେଗଲଙ୍କୁ ପ୍ରଦାନ କରାଯାଇଥିଲା।

ସମାନ୍ତରାଳ ହିନ୍ଦୀ ସିନେମାର ପଥପ୍ରଦର୍ଶକ ଥିଲେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ। ସେ ଅଙ୍କୁର, ନିଶାନ୍ତ, ମନ୍ଥନ, ଭୂମିକା, ମଣ୍ଡି ତାଙ୍କର ପ୍ରସିଦ୍ଧ ସିନେମାଗୁଡିକ ମଧ୍ୟରୁ ଅନ୍ୟତମ। ଏଥିସହ ସେ ଜୁନୁନ, ତ୍ରିକାଲ, ସୁରଜ୍ କା ସାତୱା ଘୋଡ଼ା, ଜାବେଦା ଭଳି ଫିଲ୍ମର ସେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କୁ ୧୮ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଛି।