ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି : ପୁଣି ଚାଲିବ 10 ଟଙ୍କିଆ ରିଚାର୍ଜ ପ୍ଲାନ, ଭଏସ୍ କଲ୍-ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI (Telecom Regulatory Authority of India) । ଭଏସ୍ କଲ୍ ଓ SMS ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ  ଦେଇଥିବା ସୂଚନା ରହିଛି ।ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଙ୍କୁ TRAI ଏହି ନିର୍ଦ୍ଦେଶ ଦେଇଛି । ଡାଟା ବ୍ୟବହାର କରୁନଥିବା ଗ୍ରାହକ ଅଧିକ ମାତ୍ରାରେ ଉପକୃତ ହେବେ । ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ  । ଅତିକମ୍‌ରେ ୧୦ ଟଙ୍କିଆ ରିଚାର୍ଜ କୁପନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟେଲିକମ୍ ରେଗୁଲେସନ କଞ୍ଜୁମର ବୋର୍ଡ ଟେଲିିକମ୍ୟୁନିକେସନରେ ସଂଶୋଧନ କରିଛି ଟ୍ରାଇ । ଯେଉଁମାନେ ମୋବାଇୱ ଡାଟା ବ୍ୟବହାର କରୁନାହାନ୍ତି ସେମାନଙ୍କ ପାଇଁ ସ୍ପେସାଲ ରିଚାର୍ଜ ପ୍ଲାନ ଆଣିବ କମ୍ପାନୀ   । 90 ଦିନିଆ ସ୍ପେସାଲ ରିଚାର୍ଜ ପ୍ଲାନର ଅବଧିକୁ 365 ଦିନକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଡାଟା ବ୍ୟବହାର କରୁନଥିବା ଉପଭୋକ୍ତାଙ୍କୁ ଉପକୃତ କରୁବ । ଯେଉଁମାନେ ଗ୍ରାମାଞ୍ଚଳରେ ରହୁଛନ୍ତୁ ଏବଂ ଡାଟା ବ୍ୟବହାର କରୁନାହାନ୍ତି ସେମାନେ ଏହାର ଲାଭ ଉଠାଇପାରିବେ । ଟେଲିକମ୍ କମ୍ପାନୀମାନଙ୍କୁ ୧୦ ଟଙ୍କିଆ ଟପ୍ ଅପ୍ ରଖିବାକୁ ନିର୍ଦ୍ଦେଶ, ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆସିବ । ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି ।