ମୁମ୍ବାଇ: ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ସବୁବେଳେ ଲାଇମ୍ ଲାଇଟ୍ରେ ରୁହନ୍ତି । ପୋଷାକଠାରୁ ଆରମ୍ଭ କରି ଜୁଏଲରୀ, ନାଇଟ୍ ଡ୍ରେସ୍ ଏବଂ ଚପଲ, ଅମ୍ବାନୀ ପରିବାରର ଲୋକ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ବେଶ୍ ଦାମୀ । ସୋସିଆଲ ମିଡିଆରେ ଏବେ ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ପିଉଥିବା ପାଣିକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ନୀତା ଏକ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବୋତଲରୁ ପାଣି ପିଅନ୍ତି ।
ନୀତା ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଏ ମୋଡିଗ୍ଲିଆନି ବୋତଲରେ ପାଣି ପିଉଥିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ଦେଖିବାକୁମିଳିଛି । ଏହି ବୋତଲକୁ ପ୍ରସିଦ୍ଧ ଡିଜାଇନର ୍ଫେରନାଣ୍ଡୋ ଅଲ୍ଟମିରାନୋ ତିଆରି କରିଛନ୍ତି । ଏହି ଗୋଲ୍ଡ କୋଟେଡ୍ ବୋତଲରେ ଫ୍ରାନ୍ସ ଓ ଫିଜିର ସ୍ପ୍ରିଙ୍ଗ ୱାଟର, ଆଇସଲ୍ୟାଣ୍ଡର ଗ୍ଲାସିଅର ୱାଟର ରହିଛି, ଯାହାର ଦାମ୍ ୪୯ ଲକ୍ଷ ଟଙ୍କା । ସୁନା ବୋତଲରେ ପାଣି ପିଇବା କାରଣରୁ ୬୦ ବର୍ଷ ବୟସରେ ବି ନୀତାଙ୍କ ସ୍କିନ୍ ଗ୍ଲୋ କରୁଛି । ମୋଷ୍ଟ ଏକ୍ସପେନସିଭ୍ ୱାଟର ବଟଲ ପାଇଁ ଏହି ସୁନା ବୋତଲ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛି । ୱାଟର ବଟଲ ବ୍ୟତୀତ ନୀତା ଦାମୀ ଟି-ସେଟ୍ ବ୍ୟବହାର କରୁଛନ୍ତି, ଯାହାର ଦାମ୍ ୧.୫ କୋଟି ଟଙ୍କା । ଏହା ଏକ ଜାପାନିଜ୍ ବ୍ରାଣ୍ଡ ।