ନୂଆଦିଲ୍ଲୀ: ସ୍ମାର୍ଟଫୋନ ଦୁନିଆରେ ଗତ କିଛି ସମୟରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ସ୍କମାର୍ସ ଲୋକଙ୍କୁ ଠକିବା ଲାଗି ଲଗାତାର ନୂଆ-ନୂଆ ଉପାୟ ଆପଣାଉଛନ୍ତି। ସରକାର ଏବଂ ଟେଲିକମ କମ୍ପାନୀଗୁଡିକ ସାଇବର ଫ୍ରଡ ଏବଂ ଅନଲାଇନ ସ୍କାମରୁ ଲୋକଙ୍କୁ ବଞ୍ଚାଇବା ଲାଗି ପ୍ରୟାସରତ ଅଛନ୍ତି। ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ୧୨୦ କୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଏକ ବଡ଼ ଚେତାବନୀ ଜାରି କରାଯାଇଛି। ସରକାର କିଛି ଭିନ୍ନ ନମ୍ବରରୁ କଲ ଆସିବା ନେଇ ମୋବାଇଲ ୟୁଜର୍ସଙ୍କୁ ସାବଧାନ ରହିବାକୁ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ ଅର୍ଥାର (ଡିଓଟି) ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଟେଲିକମ ବିଭାଗ ପକ୍ଷରୁ ମୋବାଇଲ ୟୁଜର୍ସଙ୍କୁ ଅନ୍ତର୍ଜାତୀୟ କଲ୍ସରୁ ସାବଧାନ ରହିବାକୁ କୁହାଯାଇଛି। ଏହି ବାବଦରେ ସରକାରୀଙ୍କ ପକ୍ଷରୁ ମଙ୍ଗଳବାର ଏକ ବିବୃତ୍ତି ଜାରି କରାଯାଇଛି।
ସରକାରଙ୍କ ପକ୍ଷରୁ ମୋବାଇଲ ୟୁଜର୍ସଙ୍କୁ କୁହାଯାଇଛି ଯେ, ଅଜଣା ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା କଲ୍ସକୁ ରିପ୍ଲାଏ କରିବା ପାଇଁ ସତର୍କତା ରକ୍ଷା କରିବା ଆବଶ୍ୟକ, ଯାହା +91 ରୁ ଆରମ୍ଭ ହୋଇନଥାଏ। DoT ଏଭଳି କଲ୍ସରୁ ମଧ୍ୟ ସତର୍କ ରହିବା ଲାଗି କୁହାଯାଇଛି, ଯାହା ଭାରତୀୟ ସରକାରୀ ବିଭାଗର ବୋଲି ଦାବି କରୁଛନ୍ତି।