ଅଲ୍ଲୁ ଅର୍ଜୁନଙ୍କ ବଡ଼ ପଦକ୍ଷେପ: ପୀଡ଼ିତ ପରିବାରକୁ କୋଟି କୋଟି ଟଙ୍କା ଦେଲା ‘ପୁଷ୍ପା-୨’

ନୂଆଦିଲ୍ଲୀ: ‘ପୁଷ୍ପା-୨’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିସାରିଛି । କିନ୍ତୁ ଏବେ ବି ହାଇଦ୍ରାବାଦ ଦଳାଚକଟାକୁ ନେଇ ବିବାଦରେ ରହିଛି ‘ପୁଷ୍ପା-୨’ । ଏହି ବିବାଦରୁ ଖସି ପାରି ନାହାନ୍ତି ସାଉଥ ଆଇକନ୍ ଷ୍ଟାର ‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନ । ଏହି ଘଟଣା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୋଷ ଦେଉଛନ୍ତି ସିନେପ୍ରେମୀ । ଏହାକୁ ନେଇ ଅଲ୍ଲୁ ଅର୍ଜୁନ ଜେଲରୁ ଜାମିନ ପା?ଇବା ପରେ ତାଙ୍କୁ ପଚରାଉଚରା କରିଛି ପୋଲିସ । ତେବେ ଏହାପରେ ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ହାଇଦ୍ରାବାଦ ଦଳାଚକଟାରେ ପ୍ରାଣ ହରାଇଥିବା ପୀଡ଼ିତା ମହିଳାଙ୍କୁ ବଡ଼ ଆମାଉଣ୍ଟର ସହାୟତା ରାଶି ଦେଇଛନ୍ତି ‘ପୁଷ୍ପାରାଜ’ ।

ହାଇଦ୍ରାବାଦ ଅଘଟଣରେ ପ୍ରାଣ ହରାଇଥିବା ମହିଳାଙ୍କ ପୁଅ ଏବଂ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ‘ପୁଷ୍ପା-୨’ । ଅଲ୍ଲୁ ଅର୍ଜୁନ ଏବଂ ଫିଲ୍ମ ମେକର୍ସ ମିଶି ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସୁପରଷ୍ଟାରଙ୍କ ବାପା ତଥା ‘ପୁଷ୍ପା-୨’ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ । ତେଲେଙ୍ଗାନା ରାଜ୍ୟ ଫିଲ୍ମ ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏହାବ୍ୟତୀତ ସେ କହିଛନ୍ତି ଯେ, ଅଲ୍ଲୁ ଅର୍ଜୁନ ୧ କୋଟଠି ଟଙ୍କା ପ୍ରଦାନ କରିଥିବା ବେଳେ ପୁଷ୍ପା-୨ ନିର୍ମାତା ମାଇଥ୍ରୀ ମୁଭିଜ୍ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ନିର୍ଦ୍ଦେଶକ ସୁକୁମାର ମଧ୍ୟ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେଇଛନ୍ତି । ଏହାସହିତ ପୀଡ଼ିତାଙ୍କ ପୁଅର ଚିକିତ୍ସା ସହିତ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ଅଲ୍ଲୁ ଅର୍ଜୁନ ।

ଆହତ ଶ୍ରୀ ତେଜାଙ୍କ ପିତା ଭାସ୍କର ମଙ୍ଗଳବାର ଦିନ କହିଛନ୍ତି ଯେ ତାଙ୍କୁ ଅଲୁ ଅର୍ଜୁନଙ୍କ ଠାରୁ 10 ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ମିଳିଛି। ପୁଅର ଅବସ୍ଥା ବିଷୟରେ ଅଦ୍ୟତନ ପାଇବା ପାଇଁ ଅଭିନେତା ମ୍ୟାନେଜର ମଧ୍ୟ ପରିବାର ସହିତ ଯୋଗାଯୋଗରେ ଅଛନ୍ତି । ପରିବାର ଉଭୟ ତେଲେଙ୍ଗାନା ସରକାର ଏବଂ ଆଲୁ ଅର୍ଜୁନଙ୍କ ସହାୟତା ଗ୍ରହଣ କରୁଛନ୍ତି। ଭାସ୍କର କହିଛନ୍ତି ଯେ ସଡ଼କ ଓ ନିର୍ମାଣ ମନ୍ତ୍ରୀ ଭେଙ୍କଟ ରେଡ୍ଡୀ ତାଙ୍କୁ 25 ଲକ୍ଷ ଟଙ୍କା ଚେକ୍ ଦେଇଛନ୍ତି। ସେ କହିଥିଲେ ଯେ 20 ଦିନ ପରେ ସେ ପୁଅର ଶରୀରରେ କିଛି ଗତି ଦେଖିଥିଲେ।