ଭୁବନେଶ୍ବର: ଆଉ ଓଡିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ଥଗିତ ହେଲା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ । ଆସନ୍ତାକାଲି ଅର୍ଥାତ୍ ଶନିବାର ଶାହ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ କେଉଁ କାରଣ ପାଇଁ ସ୍ଥିଗତ କରାଗଲା ସେନେଇ କୌଣସି ସୂଚନା ମିଳିପାରି ନଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପାଇଁ କାର୍ଯ୍ୟକ୍ରମ ବାତିଲ କରାଯିବ ବୋଲି କୁହାଯାଇଛି ।
ତେବେ ପୂର୍ବରୁ ଅମିତ ଶାହଙ୍କ ସମ୍ବଲପୁର ଗସ୍ତକୁ ସ୍ଥଗିତ ରଖାଯାଇଥିବା ବେଳେ ବର୍ତ୍ତମାନ ସମ୍ପୁର୍ଣ୍ଣ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । ତେବେ ଶନିବାର ନଆସି 2025 ମସିହା ପହିଲାରେ ଆସିପାରନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ ଆସିପାରନ୍ତି ଅମିତ ଶାହ । ଭୁବନେଶ୍ବରରେ କିଛି ବୈଠକ ନେଇ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା 2 କିମ୍ବା 3 ତାରିଖରେ ଆସି ଯୋଗ ଦେଇପାରନ୍ତି । ପରବର୍ତ୍ତି କାର୍ଯ୍ୟସୂଚୀ ଆସିବା ପରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ବିବରଣୀ ଦିଆଯିବ ।