fbpx

ଖୁସି ଖବର: ବିଶ୍ୱର ପ୍ରଥମ କରୋନା ଟୀକା ସଫଳ

ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି କରିଛି କରୋନା ମହାମାରୀ । ଚୀନରୁ ପ୍ରଥମେ ବ୍ୟାପିଥିବା ଏହି ମହାମାରୀ ଏବେ ବିଶ୍ୱର ସବୁ ଦେଶକୁ ବ୍ୟାପିସାରିଛି । କିନ୍ତୁ ଏହାର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ନା କୌଣସି ଟୀକା ବା ଔଷଧ ବାହାରି ପାରିଲା ନାହିଁ । ବୈଜ୍ଞାନିକମାନେ ଏନେଇ ଦିନ ରାତି ଲାଗିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇ ସାରିଲାଣି ଏହି ମହାମାରୀ ।

ଏହାରି ମଧ୍ୟରେ ଲୋକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଋଷିଆରେ ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି । ପରୀକ୍ଷିତ ସ୍ୱେଚ୍ଛାସେବୀଙ୍କୁ ୨ଟି ପର୍ଯ୍ୟାୟରେ ଡିସଚାର୍ଜ କରାଯିବ । ଟୀକା ମଣିଷ ପାଇଁ ନିରାପଦ ହୋଇଥିବା ସିଚେନୋଉ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାବି ହୋଇଛି ।

Get real time updates directly on you device, subscribe now.