ଗୋଟିଏ ଆଧାର କାର୍ଡରେ ସର୍ବାଧିକ କେତୋଟି ସିମ୍ କିଣି ହେବ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜିକା ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦଲିଲ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ହେଉଛି ଆଧାରକାର୍ଡ । ଏହା କେବଳ ପରିଚୟ ପତ୍ର ଭାବେ ବ୍ୟବହୃତ ହୁଏ ନାହିଁ ବରଂ ସିମ୍ କିଣିବା ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ତେବେ ଆଧାର କାର୍ଡରେ ସିମ୍ କିଣିବା ପାଇଁ ମଧ୍ୟ ଏକ ସୀମା ଧାର୍ଯ୍ୟ ରହିଛି । ଯଦି ଅଧିକ ସିମ୍ କିଣନ୍ତି ତେବେ ଆଇତ ଗତ କାର୍ଯ୍ୟାନୁଷ୍ଠାନ ନେବାର ମଧ୍ୟ ସମ୍ଭାବନା ରହିଥାଏ ।

ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗୋଟିଏ ଆଧାର କାର୍ଡରେ ସର୍ବାଧିକ 9 ଟି ସିମ୍ କାର୍ଡ କ୍ରୟ କରାଯାଇପାରିବ । ତଥାପି ମେସିନ୍ ଟୁ ମେସିନ୍ (M2M) ସେବା ପାଇଁ ଏହି ସଂଖ୍ୟା 18 କୁ ବୃଦ୍ଧି ପାଇପାରେ । M2M ସେବାଗୁଡିକ ବିଶେଷ ଭାବରେ ଉପକରଣଗୁଡ଼ିକୁ ସଂଯୋଗ କରିବା ପାଇଁ, ଯେପରିକି ସ୍ମାର୍ଟ ହୋମ୍ ଡିଭାଇସ୍ ଏବଂ ଯାନରେ ବ୍ୟବହୃଦ ସିଷ୍ଟମ ପାଇଁ ଅଟେ ।

9ରୁ ଅଧିକ ସିମ୍ କିଣିଲେ କଣ ହେବ-

ସିମ୍ କାର୍ଡ ବ୍ଲକ: ଆପଣଙ୍କ ପରିଚୟ ରକ୍ଷା କରିବାକୁ ଅତିରିକ୍ତ ସିମ୍ କାର୍ଡକୁ ବ୍ଲକ କରାଯାଇପାରେ ।

ଠକେଇର ସମ୍ଭାବନା: ଅତ୍ୟଧିକ ସିମ୍ କାର୍ଡର ଅପବ୍ୟବହାର ଦ୍ୱାରା ସାଇବର ଠକେଇ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ହୋଇପାରେ । ଯାହା ପାଇଁ ଦାୟୀ କେବଳ ଆପଣ ହେବେ ।

ଆଇନଗତ କାର୍ଯ୍ୟ: ଯଦି ଆପଣଙ୍କ ନାମରେ ପଞ୍ଜୀକୃତ ସିମ୍ କାର୍ଡ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହୃତ ହୁଏ, ତେବେ ଆପଣଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିପାରେ |