whatsappରେ ଶେଷ ମେସେଜ କରି ଦୁନିଆରୁ ନେଲେ ଅଲବିଦା, କ୍ୟାନ୍ସରରେ ଥିଲେ ପୀଡ଼ିତ
ମୁଜିବୁର ରହମାନ ବବଲୁ ସମାଜବାଦୀ ପାର୍ଟିର ପୂର୍ବତନ ନଗର ସଭାପତି ଥିଲେ। କର୍କଟ ରୋଗ କଷ୍ଟ ସହ୍ୟ କରି ନ ପାରି ହାରିଛନ୍ତି ଜୀବନ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ସମାଜବାଦୀ ପାର୍ଟି ନେତା ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ସେ ହ୍ୱାଟସଆପ୍ ଗ୍ରୁପରେ ମେସେଜ୍ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା, ‘ଦୁଆଓଁ ମେ ୟାଦ ରଖନା।
ଏହି ଘଟଣାଟି ଶୁକ୍ରବାର ସକାଳ ପ୍ରାୟ ୧୦:୩୦ ସମୟରେ ଲକ୍ଷ୍ନୌର ମୌଲବିଗଞ୍ଜରେ ଘଟିଥିଲା। ମୁଜିବୁରହମାନ ବବଲୁ କର୍କଟ ରୋଗରେ ପୀଡ଼ିତ ଥିଲେ।
ମୁଜିବୁର ରହମାନ ବବଲୁ ସମାଜବାଦୀ ପାର୍ଟିର ପୂର୍ବତନ ନଗର ସଭାପତି ଥିଲେ। ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ ହେତୁ ସେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରୁଥିଲେ। କୌଣସି କାମରେ ମନ ଦେଇ ପାରୁ ନଥିଲେ। ହାର ମାନି ଯାଇଥିଲେ। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ମୁଜିବୁର ରହମାନ ବବଲୁ ତାଙ୍କର ଲାଇସେନ୍ସପ୍ରାପ୍ତ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଥିଲେ। ଗୁଳିର ଶବ୍ଦ ଶୁଣି ଆଖପାଖର ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।ସପା ନେତାଙ୍କୁ ରକ୍ତାକ୍ତ ଦେଖି ସ୍ଥାନୀୟଲୋକେ ପୁଲିସରେ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି କରିଛି।