(Video) କାହିଁକି LPG Cylinderରେ ଲେଖାଥାଏ ଏମିତି? ଧ୍ୟାନ ନ ଦେଲେ ଆସିପାରେ ମୃତ୍ୟୁ, ଜାଣି ରଖନ୍ତୁ ରହସ୍ୟ

ସିଲିଣ୍ଡରରେ ଲେଖାଥିବା ଏହି ଜିନିଷକୁ ଭୁଲରେ କରନ୍ତୁନି ଅଣଦେଖା, ହୋଇପାରେ ମୃତ୍ୟୁର କାରଣ

ଓଡ଼ିଶା ଭାସ୍କର: ଆଜିର ସମୟରେ ସମସ୍ତଙ୍କ ଘରେ ଗ୍ୟାସରେ ରୋଷେଇ ହେଉଛି । କିନ୍ତୁ ଅଧିକାଂଶ ସମୟରେ ସିଲିଣ୍ଡର ବିସ୍ଫୋରଣ ଭୟ ମଧ୍ୟ ବୃଦ୍ଧି ପାଉଛି । ତେବେ ଏହି ବିସ୍ଫୋରଣର ଏକ କାରଣ ହେଉଛି ଆପଣଙ୍କ ଅଣଦେଖା ।

ସିଲିଣ୍ଡର ଉପରେ ଥିବା ଏହି ଲେଖାକୁ ନପଢ଼ିବା ହିଁ ଭୟଙ୍କର ବିସ୍ପୋରଣର କାରଣ ହେଉଛି । ଯଦି ଏହି ସଂଖ୍ୟାକୁ ନ ବୁଝିବା ତେବେ ଏମିତି ସିଲିଣ୍ଡର ବ୍ଲାଷ୍ଟ ହେଉଥିବ । ତେବେ ସିଲିଣ୍ଡର ଉପରେ ଏହି ସବୁ ସଂଖ୍ୟା ଏବଂ ଇଂରାଜୀରେ ଲେଟର କଣ ପାଇଁ ଲେଖା ହୋଇଥାଏ?

ସିଲିଣ୍ଡରର ଗୁମର କଥା: ସିଲିଣ୍ଡର ଉପରେ ଏମିତି A B C D ଲେଖା ଯାଇଥାଏ । ହେଲେ ଏହା କଣ ପାଇଁ ଲେଖା ଯାଇଥାଏ ଅନେକ ମଧ୍ୟ ଜାଣି ନାହାଁନ୍ତି । ସିଲିଣ୍ଡର ଉପରେ ଲେଖା ରହିଥିବା A ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ମାସକୁ ଦର୍ଶାଇଥାଏ ।

B ଏପ୍ରିଲ ଠାରୁ ଜୁନକୁ । C ଜୁଲାଇ ଠାରୁ ସେପ୍ଟେମ୍ବରକୁ ଏବଂ D ଅକ୍ଟୋବରରୁ ଡିସେମ୍ବର ମାସକୁ ଦର୍ଶାଇଥାଏ । ଏହା ବ୍ୟତିତ ଶେଷ ଦୁଇଟି ଡିଜିଟ ବର୍ଷକୁ ଦର୍ଶାଇଥାଏ । ଏଥିରେ D30 ଲେଖା ହୋଇଛି । ୩୦ ସଂଖ୍ୟାର ମାନେ ହେଉଛି ସିଲିଣ୍ଡର ଅକ୍ଟୋବରରୁ ଡିସେମ୍ବର ୨୦୩୦ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ।

ନ ବୁଝିଲେ କରନ୍ତି ଭୁଲ: ସିଲିଣ୍ଡରରେ ଲେଖା ହୋଇଥିବା ସଂଖ୍ୟା ହେଉଛି ସିଲିଣ୍ଡରର ଏକାପରି ଡେଟ । ଏହି ବର୍ଷ ଟପିଗଲେ ସିଲିଣ୍ଡରକୁ ବ୍ୟବହାର କରିବା ବହୁତ ବିପଦ ପୂର୍ଣ୍ଣ । ଲିକ ହେବା ପରେ ସିଲିଣ୍ଡର ବିସ୍ଫୋରଣ ହେବାର ସମ୍ଭାବନା ରହିଥାଏ ।

ସେଥିପାଇଁ ସିଲିଣ୍ଡର ଉପରେ ଥିବା ଏହି ସଂଖ୍ୟାକୁ ଭଲରେ ଭାବରେ ବୁଝିବା ଦରକାର । ଅନେକ କେହି ବୁଝିପାରନ୍ତି ନାହିଁ । ସେଥିପାଇଁ ସମସ୍ତଙ୍କୁ ଏହି ସଂଖ୍ୟାକୁ ନେଇ ବୁଝାଇବା ଆବଶ୍ୟକତା ରହିଛି । ଯାହାଦ୍ୱାରା ସିଲିଣ୍ଡ ବିସ୍ଫୋରଣ ମାତ୍ରା ହ୍ରାସ ପାଇପାରେ ।