ମୋଦିଙ୍କ ବାଟରେ ମୋହନ: ବୈତରଣୀରେ ବୁଡ଼ ପକାଇବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ବିଭିନ୍ନ ଧାର୍ମିକ ସ୍ଥଳୀରେ ବୁଡ଼ ପକାଇଥାନ୍ତି। ଯାହାକୁ ନେଇ ଅନେକସମୟରେ ଚର୍ଚ୍ଚା ମଧ୍ୟ ଲାଗି ରହିଥାଏ। ମୋଦୀଙ୍କ ଆଧ୍ୟ ଚେତନାକୁ ଦେଶର ଅଧିକାଂଶ ସାଧୁସନ୍ଥ ପ୍ରଶଂସା କରି ଆସିଛନ୍ତି ।

ବ୍ୟକ୍ତିଗତ ଇଚ୍ଛା ହେଉ କି ପ୍ରଧାନମନ୍ତ୍ରୀଙ୍କ ପ୍ରଭାବ ହେଉ ଏହି ଏହି ଶୈଳୀରେ ୨୦୨୨ ଜାନୁଆରୀ ୧୪ରେ ତତ୍କାଳୀନ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ପାଟଣା ବୈତରଣୀ ତଟ ଅନସୂୟା ଘାଟରେ ବୈତରଣୀରେ ବୁଡ଼ ପକାଇ ସୂର୍ଯ୍ୟ ଉପାସନା ପରେ ତଟ ସଂଲଗ୍ନ ପରେମଶ୍ବରଙ୍କୁ ଦର୍ଶନ କରିଥିଲେ।

ସେତେବେଳେ ସେ ବିଶ୍ଵବାସୀଙ୍କର ମଙ୍ଗଳ କାମନା କରିଥବା ପ୍ରକାଶ କରିଥିଲେ। ୨୦୨୨ ପରେ ଏବେ ମୁଖ୍ୟମନ୍ତ୍ରୀ ହୋଇଥିବା ମାଝୀ ଚଳିତ ମାସ ୧୪ ତାରିଖ ମକରରେ ପାଟଣାରେ ବୈତରଣୀରେ ବୁଡ଼ ପକାଇବା ଚର୍ଚ୍ଚା ବଢ଼ିଛି। ଶନିବାର ଡିଆଇବି ଅତିରିକ୍ତ ଏସପି ଜେ ଭୁକ୍ତା, ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ, ପାଟଣା ଥାନାଧିକାରୀ ମାନସ କୁମାର ମହାକୁଡ଼ ସଦଳବଳେ ପାଟଣା ଅନସୂୟା ଘାଟ ଓ ବୈତରଣୀ ପୋଲ ପରିଦର୍ଶନ କରିବା ପରେ ଏହି ଚର୍ଚ୍ଚା କରାଯାଉଛି।