‘ମୋତେ ଯଶପ୍ରୀତ ବୁମ୍ରାଙ୍କ ସହ ତୁଳନା କର ନାହିଁ’, ଏପରି କହି କାହିଁକି ରାଗିଗଲେ କପିଳ ଦେବ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ କାର୍ଯ୍ୟଭାରକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ କହିଛନ୍ତି ଯେ ଖେଳାଳିଙ୍କ ତୁଳନା କରିବା ଭୁଲ୍।

ପ୍ରଫେସନାଲ ଗଲ୍ଫ ଟୁର ଅଫ୍ ଇଣ୍ଡିଆ (ପିଜିଟିଆଇ) ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ଖେଳ ଦିନ ଏବଂ ଆଧୁନିକ କ୍ରିକେଟ୍ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ବିଷୟରେ ମୁହଁ ଖୋଲିଛନ୍ତି।

ଦୟାକରି ମୋତେ ବୁମ୍ରାଙ୍କ ସହ ତୁଳନା କରନ୍ତୁ ନାହିଁ। ଆପଣ ଗୋଟିଏ ପିଢ଼ିକୁ ଅନ୍ୟ ପିଢ଼ି ସହ ତୁଳନା କରିପାରିବେ ନାହିଁ। ଆଜିର ପିଲାମାନେ ଗୋଟିଏ ଦିନରେ ୩୦୦ ରନ୍ କରିଛନ୍ତି, ଯାହା ଆମ ସମୟରେ ହୋଇନାହିଁ। ତେଣୁ ତୁଳନା କରନ୍ତୁ ନାହିଁ।

‘କାର୍ଯ୍ୟଭାର ପରିଚାଳନା’ ଏକ ବଡ଼ ପ୍ରସଙ୍ଗ ପାଲଟିଛି: ଅଷ୍ଟ୍ରେଲିଆରେ ୩-୧ରେ ସିରିଜ ପରାଜୟ ଓ ବୁମ୍ରାଙ୍କ ଆଘାତ ପରେ ‘କାର୍ଯ୍ୟଭାର ପରିଚାଳନା’ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ କପିଳଙ୍କ ପୂର୍ବତନ ସାଥୀ ବଲବିନ୍ଦର ସାନ୍ଧୁ ଏହି ଧାରଣାକୁ ସମାଲୋଚନା କରିବା ସହ ଏହାକୁ ‘ଅଷ୍ଟ୍ରେଲୀୟଙ୍କ ଦ୍ୱାରା ନିର୍ମିତ ଶବ୍ଦ’ ବୋଲି କହିଛନ୍ତି। ସାନ୍ଧୁ ନିକଟରେ ବୁମ୍ରାଙ୍କ କାର୍ଯ୍ୟଭାର ଚିନ୍ତାକୁ ଖାରଜ କରିଥିଲେ।

“କାର୍ଯ୍ୟଭାର? ସେ କେତେ ଓଭର ବୋଲିଂ କରିଥିଲେ? 150-କିଛି, ନୁହେଁ କି? କିନ୍ତୁ କେତେ ମ୍ୟାଚ୍ କିମ୍ବା ଇନିଂସରେ? ୫ଟି ମ୍ୟାଚ୍ ନା ୯ଟି ଇନିଂସ, ଠିକ୍ କି?

ଏହା ଇନିଂସ ପିଛା ୧୬ ଓଭର ବା ମ୍ୟାଚ୍ ପିଛା ୩୦ ଓଭର। ଏବଂ ସେ ଗୋଟିଏ ସମୟରେ ୧୫ ଓଭରରୁ ଅଧିକ ବୋଲିଂ କରିନଥିଲେ। ତେବେ ଏହା କ’ଣ ଏକ ବଡ଼ କଥା? କାର୍ଯ୍ୟଭାର ପରିଚାଳନା ଅନାବଶ୍ୟକ। ଏପରି କହିଛନ୍ତି ବଲବିନ୍ଦର।