SpaDeX ମିଶନରେ ଇସ୍ରୋକୁ ମିଳିଲା ବଡ଼ ସଫଳତା, ପ୍ରଥମ ଥର ଦୁଇଟି ସାଟେଲାଇଟ୍ସର ହେଲା Docking

ଇସ୍ରୋ ସ୍ପେଡେକ୍ସ ମିଶନ ଅନୁଯାୟୀ, ମହାକାଶରେ ଦୁଇଟି ସାଟେଲାଇଟର୍ସ ଡକିଂର ଚତୁର୍ଥ ପ୍ରୟାସ କରିଛି। ଇସ୍ରୋ ମୁତାବକ, ବୈଜ୍ଞାନିକଙ୍କୁ ଏହି ପ୍ରୟାସରେ ସଫଳତା ମିଳିଛି।

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗୁରୁବାର ଦିନ ବଡ଼ ସଫଳତା ହାସଲ କରିଛି। ସ୍ପେଡେକ୍ସ ମିଶନ ଅନୁଯାୟୀ, ମହାକାଶରେ ଦୁଇଟି ସାଟେଲାଇଟ୍ସର ଡକିଂ ଚତୁର୍ଥ ପ୍ରୟାସରେ ସଫଳତାଭାବେ ପୂରଣ ହୋଇଛି।

ଇସ୍ରୋ ମୁତାବକ, ବୈଜ୍ଞାନିକଙ୍କୁ ଏହି ପ୍ରୟାସରେ ସଫଳତା ମିଳିଛି। ବର୍ତ୍ତମାନ ଡାଟା ଏନାଲିସିସ କରାଯାଉଛି। ଏହାପରେ ଏନେଇ ଘୋଷଣା କରାଯିବ।

ଏହା ପୂର୍ବରୁ ଇସ୍ରୋ ୧୨ ଜାନୁଆରୀରେ ସୂଚନା ଦେଇଥିଲା ଯେ, ସ୍ପେସ ଡକିଂ ଏକ୍ସପେରିମେଣ୍ଟ ପ୍ରୋଜେକ୍ଟ ନିଜ ଲକ୍ଷ୍ୟର ସଂପୂର୍ଣ୍ଣ ପାଖରେ ପହଞ୍ଚିବା ପରେ ମଧ୍ୟ ମିଶନକୁ ସଂପୂର୍ଣ୍ଣ କରିପାରି ନଥିଲା। ISRO କହିଥିଲା ଯେ, ଦୁଇଟି ସାଟେଲାଇଟ୍ସର ଦୂରତାକୁ ୧୫ ମିଟରୁ ୩ ମିଟର ପର୍ଯ୍ୟନ୍ତ ଆଣିବାର ପ୍ରୟାସର ସଫଳ ରହିଛି, ଯାହାପରେ ଦୁଇଟି ସାଟେଲାଇଟ୍ସକୁ ପରସ୍ପରଠାରୁ ଦୂରେଇବାକୁ ପଡିବ।

ଇସ୍ରୋ କହିଥିଲା ଯେ, ବର୍ତ୍ତମାନ ମିଳିଥିବା ଡାଟାର ବିଶ୍ଳେଷଣ ପରେ ଡକିଂର ପ୍ରୟାସ କରାଯିବ। ୧୨ ଜାନୁଆରୀରେ ଡକିଂର ତୃତୀୟ ପ୍ରୟାସ କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଡକିଂ ପ୍ରକ୍ରିୟାକୁ ଦୁଇ ଥର ସ୍ଥଗିତ ରଖିବାକୁ ପଡିଥିଲା।

ଡକିଂ: ଡକିଂର କାମ ହେଲା ୨ଟି ସାଟେଲାଇଟ୍ସକୁ ପରସ୍ପର ସହ ଯୋଡି ଡାଟା ସେୟାର କରିବା, ପାୱାର ସୋର୍ସେଜକୁ ସଂଯୋଗ କରିବା ବା କୌଣସି ସ୍ୱତନ୍ତ୍ର ମିଶନକୁ କାର୍ଯ୍ୟକାରୀ କରିବା।

ସ୍ପେସ ଡକିଂ ସମୟରେ ଗୋଟିଏ ମହାକାଶ ଯାନକୁ ଅନ୍ୟ ଯାନ ପାଖକୁ ଆଣି ଏହାକୁ ନିୟନ୍ତ୍ରିତ ଭାବେ ଯୋଡ଼ିବାକୁ ପଡିଥାଏ, ଯାହା ଦ୍ୱାରା କୌଣସି କ୍ଷତି ନ ହେବା ଆବଶ୍ୟକ।