(Video)ବିଦାୟୀ ବେଳେ ଆଗ ସିଟରେ ବସିବା ପାଇଁ କାନ୍ଦିଲେ କନ୍ୟା, ବରର ହଁ ଶୁଣିବା ମାତ୍ରେ ଗାୟବ ହୋଇଗଲା ଲୁହ

ସୋସିଆଲ ମିଡିଆରେ ଭାଇରାଲ ହେଲା ଆକର୍ଷଣୀୟ ଭିଡିଓ । ଆଗ ସିଟରେ ବସିବା ପାଇଁ କାନ୍ଦିଲେ ।

ଭୁବନେଶ୍ବର: ବିଦାୟୀ ବେଳେ ସିଟ୍ ପାଇଁ ଜିଦି କଲା କନ୍ୟା । ବର ଆଗ ସିଟରୁ ବସିବାରୁ କଇଁକଇଁ ହୋଇ କାନ୍ଦିଲା । କେଉଁ କଥାରେ ବସି ରାଜି ହେଲା ନାହିଁ । ହେଲ ବର ଯେତେବେଳେ କନ୍ୟାକୁ ଆଗ ସିଟରେ ବସିବା ପାଇଁ ହଁ କହିଥିଲେ ସେତେବେଳେ କନ୍ୟାର କାନ୍ଦ ଉଭାନ ହୋଇଯାଇଥିଲା ।

ଆଗ ସିଟରେ ବସିବା ପାଇଁ ଜିଦି-  ହସି ହସି ସେ ଗେଟ୍ ଖୋଲି ସାମ୍ନାରେ ବସିବାକୁ ଆସିଲା। ତେବେ ଏହି ଭିଡିଓଟି କେଉଁଠିକାର ତାହା ଜଣାପଡିନଥିବା ବେଳେ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଥିବା କୁହାଯାଉଛି । କିନ୍ତୁ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଭିଡିଓଟି ୧ କୋଟି ୫୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଭିଡିଓ ଦେଖି ମଜା ନେଉଛନ୍ତି ୟୁଜର୍ସ ।

ୟୁଜର୍ସଙ୍କ ମତାମତ- ଏହି ଭିଡିଓ ଉପରେ ଏପର୍ଯ୍ୟନ୍ତ ୨୭ ଶହରୁ ଅଧିକ ୟୁଜର୍ସ କମେଣ୍ଟ କରିଛନ୍ତି । କ୍ଲାସରେ ପ୍ରଥମ ବେଞ୍ଚରେ ବସିବାର ଏହା ପରିଣାମ ବୋଲି କହିଛନ୍ତି । ଅନ୍ୟ କିଛି ୟୁଜର୍ସ ଲେଖିଛନ୍ତି ଆଗ ସିଟରେ ବସିବା ଏକ ପ୍ରକାର ରୋଗ ହୋଇଥାଏ । ପଛରେ ବସିଲେ ଅନେକଙ୍କୁ ବାନ୍ତି ମଧ୍ୟ ଆସିଥାଏ । ଭିଡିଓ ଦେଖିଲେ ମନେ ହେଉଛି ଏହା ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି ।

 

View this post on Instagram

 

A post shared by Ricks Goyal (@ricks_goyal)