ICUରୁ ବାହାରିଲେ ସୈଫ୍‌, ୩ ଦିନ ଭିତରେ ହୋଇପାରନ୍ତି ଡିସଚାର୍ଜ

ଧୀରେ ଧୀରେ ସୈଫଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ସୁଧାର । ICUରୁ ସ୍ପେଶାଲ ୱାର୍ଡ଼କୁ ହେଲେ ସିଫ୍ଟ ।

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲି ଖାନ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କୁ ICUରୁ ସ୍ପେଶାଲ ୱାର୍ଡ଼କୁ ସିଫ୍ଟ କରାଯାଇଛି ।

ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ତାଙ୍କ ଚଲାବୁଲା ଉପରେ ସପ୍ତାହେ ପର୍ଯ୍ୟନ୍ତ କଟକଣା ରହିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

କେଉଁଠି ଲାଗିଥିଲା ଆଘାତ?

ସୈଫଙ୍କ ହାତରେ ୨ଟି ଏବଂ ବେକରେ ଗୋଟିଏ ଆଘାତ ଲାଗିଥିଲା ।

ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଲୀଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କ’ଣ କହିଲେ ଡାକ୍ତର?

ସୈଫ୍‌ଙ୍କ ଶରୀରରୁ ଛୁରୀ ବାହାର କରାଯାଇଛି । ପ୍ଲାଷ୍ଟିକ୍ ସର୍ଜରୀ ପରେ ସୈଫ୍ ଏବେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

ସନ୍ଦିଗ୍ଧ ଗିରଫ: ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ବାନ୍ଦ୍ରା ପୋଲିସର ସ୍ପୋସାଲ ଟିମ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ଜଣଙ୍କ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ।

ସିସିଟିଭି ଫୁଟେଜ ଆଧାରରେ ଉଭୟ ସ୍ଥାନୀୟ ପୋଲିସ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିଥିଲେ।

ଘଟଣା କ’ଣ?

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨ଟା ପାଖାପାଖି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଛୁରାମାଡ଼ କରିଥିଲେ।

ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ଏବଂ ବେକ ପାଖରେ ଗୁରୁତର ଆଘାତ ଲାଗିଥିଲା।

ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି ।