ନବ ଦାସ ହତ୍ୟା ପ୍ରସଙ୍ଗରେ ପୁଣିଥରେ ବୟାନ ଦେଲେ ଦୀପାଳି, କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ

ନବ ଦାସ ହତ୍ୟା ପ୍ରସଙ୍ଗରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ କହିଲେ ଦୀପାଳି ।

ଭୁବନେଶ୍ବର: ରାଜନୀତିରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ମାମଲା । ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରେ ଜାରି ରହିଛି ବୟାନ ବାଜି । ଏହାରି ଭିତରେ ଆଜି ପୁଣି ମୁହଁ ଖୋଲିଛନ୍ତି ଦୀପାଳି ଦାସ । ବାପା ହତ୍ୟାକାଣ୍ଡରେ ଆମେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ ବୋଲି କହିଛନ୍ତି ଦୀପାଳି ।

ଦୀପାଳିଙ୍କର ପ୍ରତିକ୍ରିୟା- ସେ ଆହୁରି ମଧ୍ୟ କହିଛନ୍ତି, “ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।  ଏବେ ପରିବାରରେ ଆଲୋଚନା ଚାଲିଛି, ଆଗକୁ ନିଶ୍ଚିତ ଲେଖିକି ଜଣାଇବୁ ବୋଲି ସେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି । ”

ପୂର୍ବରୁ ଦୀପାଳି କହିଥିଲେ, ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରୁଛନ୍ତି । ଆମେ ଚାପରେ ଚୁପ ରହୁଥିବା ନେଇ ମନ୍ତବ୍ୟ ଦେଇଛନ୍ତି । କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି । ଦୀପାଳି ସିବିଆଇ ତଦନ୍ତ ଦାବି ନକରି କାହିଁକି ଚୁପ ରହୁଛନ୍ତି ବୋଲି ସେ କହିଛନ୍ତି । ଏନେଇ ସେ ବିଜେପି ସରକାରକୁ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଏହାରି ଭିତରେ ସେ ପୁଣିଥରେ ମୁହଁ ଖୋଲିଛନ୍ତି ।