ଋଷଭ ପନ୍ତ ହେଲେ ଲକ୍ଷ୍ନୌ ସୁପର ଜାୟଣ୍ଟସର କ୍ୟାପ୍ଟେନ, IPL 2025 ପୂର୍ବରୁ ହେଲା ଘୋଷଣା
ଋଷଭ ପନ୍ତଙ୍କୁ ଆଇପିଏଲ ୨୦୨୫ ପାଇଁ .. ସୁପର ଜାୟଣ୍ଟସ ଟିମ ନିଜ ଅଧିନାୟକ କରିଛି। ଗତ ସିଜନରେ ଏହି ଟିମର ଅଧିନାୟକ କେଏଲ ରାହୁଲ ଥିଲେ। ହେଲେ କେଏଲ ଆଗାମୀ ସିଜନରେ ଦିଲ୍ଲୀର ଟିମ ପାଇଁ ଖେଳିବେ।
ନୂଆଦିଲ୍ଲୀ: IPL 2025ର ଆୟୋଜନ ୨୧ ମାର୍ଚ୍ଚରେ କରାଯିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଟିମ ନିଜ ନିଜର ଅଧିନାୟକଙ୍କ ନାମ ଘୋଷଣା କରୁଛନ୍ତି। କିଛିଦିନ ପୂର୍ବରୁ ପଞ୍ଜାବ କିଙ୍ଗସର ଟିମ ଶ୍ରେୟସ ଅୟରଙ୍କୁ କ୍ୟାପ୍ଟେନ କରିଥିଲା।
ଏହାରି ମଧ୍ୟରେ ଲକ୍ଷ୍ନୌ ସୁପର ଜାୟଣ୍ଟସର ଟିମ ନିଜ କ୍ୟାପ୍ଟେନର ଘୋଷଣା କରିଛନ୍ତି। ଋଷଭ ପନ୍ତ ଏହି ଟିମର ନୂଆ ଅଧିନାୟକ। ଆଗାମୀ ସିଜନରେ Lucknow Super Giantsର ଟିମକୁ ସେ ଲିଡ୍ କରିବେ। Lucknow Super Giants ତାଙ୍କୁ ଅକ୍ସନରେ ୨୭ କୋଟି ଟଙ୍କାରେ କିଣିଥିଲା। ଯାହାକି ଅକ୍ସନରେ ୨୭ କୋଟି ଟଙ୍କାରେ କିଣିଥିଲା। ଯାହାକି ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଥିଲା।
ରାହୁଲ ଥିଲେ ପୂର୍ବ ଅଧିନାୟକ: Lucknow Super Giants ଟିମ ଆଇପିଏଲ ୨୦୨୨ରୁ ଖେଳୁଛି। ୨୦୨୨,୨୦୨୩ ଏବଂ ୨୦୨୪ Lucknow Super Giantsର ଅଧିନାୟକ କେଏଲ ରାହୁଲ ହୋଇଥିଲେ। ତାଙ୍କ ଅଧିନାୟକତ୍ୱରେ, ଟିମ ୨୦୨୨ ଏବଂ ୨୦୨୩ରେ ପ୍ଲେ ଅଫ୍ ପାଇଁ କ୍ୱାଲିଫାଇ କରିଥିଲା, କିନ୍ତୁ ତାଙ୍କ ଦଳ ୨୦୨୪ ମସିହାରେ ତାହା କରିପାରି ନଥିଲା।
କେଏଲ ରାହୁଲଙ୍କୁ ମେଗା ଅକ୍ସନ ପୂର୍ବରୁ ଲକ୍ଷ୍ନୌ ରିଟେନ ମଧ୍ୟ କରିନଥିଲା। କେଏଲ ରାହୁଲ ଆଗାମୀ ସିଜନ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ପାଇଁ ଖେଳିବା ନଜର ଆସିବେ।