ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଯୁଦ୍ଧ ବନ୍ଦ ନକରିଲେ ଆର୍ଥିକ ପ୍ରତିବନ୍ଧକ ଲାଗିବ

ଶପଥ ନେଉନେଉ ଆକ୍ସନ ମୋଡରେ ଡୋନାଲ୍ଡ ଟ୍ରମ୍ପ । ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଲେ ।

ନୂଆଦିଲ୍ଲୀ: ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପରଠାରୁ ସେ ଆକ୍ସନ ମୋଡକୁ ଆସିଯାଇଛନ୍ତି । ଏହାରି ଭିତରେ ସେ ଋଷ ରାଷ୍ଚ୍ରପତି ଭ୍ଲାଦିମାର ପୁଟିନଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ।

ଋଷ-ୟୁକ୍ରେନ ମଧ୍ୟର ଚାଲିଥିବା ଯୁଦ୍ଧକୁ ବନ୍ଦ କରନ୍ତୁ । ଯଦି ଏଥିରେ ରାଜି ନହେଲେ ତେବେ ଆମେରିକା ପକ୍ଷରୁ ଟାରିଫ ବୃଦ୍ଧି କରାଯିବା ସହିତ ଆର୍ଥିକ କଟକଣା ଲଗାଯିବ ବୋଲି କହିଛନ୍ତି ।

ଭଲ କହିକହି ଚେତାବନୀ-ଟ୍ରମ୍ପ କହିଛନ୍ତି ଯେ, ମୁଁ ଋଷର ଲୋକମାନଙ୍କୁ ଭଲ ପାଏ । ମୁଁ ପୁଟିନଙ୍କୁ କେବେ ବି ଆଘାତ ପହଞ୍ଚାଇବା ପାଇଁ ଚାହେଁନି । ଦ୍ବିତୀୟ ବିଶ୍ବଯୁଦ୍ଧରେ ବିଜୟ ପାଇଁ ଋଷର ସହାୟତାକୁ ଭୁଲି ହେବ ନାହିଁ । ବର୍ତ୍ତମାନ ଋଷର ଅର୍ଥବ୍ୟବସ୍ଥା ନିମ୍ନଗାମୀ ରହିଛି । କିନ୍ତୁ ପୁଟିନ ଯଦି ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରନ୍ତି ତେବେ ଅର୍ଥ ବ୍ୟବସ୍ଥାକୁ ତ୍ବପାନ୍ବିତ ପାଇଁ କାର୍ଯ୍ୟ କରିବ ଆମେରିକା ।

ଯଦି ସେ ଏଥିରେ ରାଜି ନହୁଅନ୍ତି ତେବେ ଆମ ପାଖରେ କୌଣସି ବିକଳ୍ପ ରହିବ ନାହିଁ । ଆମେ ବାଧ୍ୟ ହୋଇ ମୋଟା ଟିକସ ସହି ଟାରିଫ ଆଗି ଲଗାଇ ଆର୍ଥିକ କଟକଣା ଲାଗୁ କରିବୁ ବୋଲି କହିଛନ୍ତି ଟ୍ରମ୍ପ ।

ମୁଁ ସେହି ସମୟରେ ରାଷ୍ଟ୍ରପତି ଥିଲେ କେବେ ବି ଯୁଦ୍ଧ ହେବା ପାଇଁ ଦେଇନଥାନ୍ତି । ବର୍ତ୍ତମାନ ମଧ୍ୟ ସମୟ ରହିଛି, ଯୁଦ୍ଧ ବନ୍ଦ କରିବା ପାଇଁ କଥାବାର୍ତ୍ତା ହେବା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।