ବେଙ୍ଗାଲୁରୁ,୨୪ା୧: ଚଳିତବର୍ଷ ରାଜ୍ୟରେ ଜଣେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ କର୍ଣ୍ଣାଟକ ରାଜ୍ୟର । ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ନିକଟରେ ଦୁବାଇରୁ ଫେରିଛନ୍ତି। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପ୍ରାରମ୍ଭିକ ଲକ୍ଷଣ ଦେଖି ମଙ୍କିପକ୍ସ ପରୀକ୍ଷା କରାଯାଇଥିଲା ଯେଉଁଥିରେ ଫଳାଫଳ ସକରାତ୍ମକ ଥିଲା । ଚଳିତ ବର୍ଷ ରାଜ୍ୟରେ ଏହା ପ୍ରଥମ ଘଟଣା। ସ୍ୱାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଲକ୍ଷଣ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ରୋଗୀଙ୍କୁ ନେବା ପାଇଁ ତାଙ୍କ ପତ୍ନୀ ବିମାନବନ୍ଦରରେ ପହଞ୍ଚିଥିଲେ। ଯାହା ପରେ ତାଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ରୋଗୀଙ୍କ ପତ୍ନୀଙ୍କୁ ମଧ୍ୟ ନଜରରେ ରଖାଯାଇଛି। ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ମାଙ୍ଗାଲୁରୁର ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ(mpox) ମାମଲା ନିଶ୍ଚିତ କରିଛି। ସେ ଉଦୁପି ଜିଲ୍ଲାର କରକାଲାର ବାସିନ୍ଦା।
ଏହି ବ୍ୟକ୍ତି ୧୯ବର୍ଷ ପରେ ଦୁବାଇରୁ ଭାରତ ଆସିଥିଲେ
ଏହି ରୋଗୀ ଗତ ୧୯ ବର୍ଷ ଧରି ଦୁବାଇରେ ରହି ୧୭ଜାନୁଆରୀରେ ମାଙ୍ଗାଲୁରୁରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ତାଙ୍କ ଦେହରେ ଫଳିଯିବା ସହ ଦୁଇଦିନ ହେବ ଜ୍ୱରରେ ପୀଡ଼ିତ ଥିବା କହିଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାନିଆଯାଇ ଆଇସୋଲେଶନରେ ରଖାଯାଇଥିଲା । ତାଙ୍କର MPox ନମୁନା ବେଙ୍ଗାଲୁରୁ ମେଡିକାଲ କଲେଜ (ବିଏମସି) ଏବଂ ପରେ ପୁଣେର NIV କୁ ପଠାଯାଇଥିଲା | ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ, ରୋଗୀଙ୍କ ଅବସ୍ଥା ସ୍ଥିର ଏବଂ ତାଙ୍କର କୌଣସି ଗୁରୁତର ଲକ୍ଷଣ ନାହିଁ। ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯାଇପାରେ।
ମଙ୍କିପକ୍ସର ଲକ୍ଷଣ…
ପାପୁଲି ଏବଂ ପାଦରେ ଫୁଲା, ପିଠି ଗଳା ଯନ୍ତ୍ରଣା, କାଶ ହେବା
ମଙ୍କିପକ୍ସର ଚିକିତ୍ସା
ଜ୍ୱର ଏବଂ ଯନ୍ତ୍ରଣା ହେଲେ ପାରାସିଟାମୋଲ (ଏସିଟାମିନୋଫେନ) କିମ୍ବା ଆଇବୁପ୍ରୋଫେନ ଭଳି ଔଷଧ ବ୍ୟବହାର
ହାଇଡ୍ରେସନ୍: ହାଇଡ୍ରେଟେଡ୍ ରହିବା ପାଇଁ ପ୍ରଚୁର ତରଳ ପଦାର୍ଥ ପିଅନ୍ତୁ
କ୍ଷତ ଯତ୍ନ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚର୍ମ କ୍ଷତକୁ ସଫା ଏବଂ ଶୁଷ୍କ ରଖନ୍ତୁ। ଯଦି ଆବଶ୍ୟକ ହୁଏ, ଆଣ୍ଟିସେପ୍ଟିକ୍ ମଲମ ଲଗାନ୍ତୁ।
ଆଣ୍ଟିଭାଇରାଲ୍ ଔଷଧ: ମଙ୍କିପକ୍ସର ଚିକିତ୍ସା ପାଇଁ ଟେକୋଭିରିମାଟ୍ (TPOXX) ପରି ଆଣ୍ଟିଭାଇରାଲ୍ ଔଷଧ ଦିଆଯାଏ |