ଆଇଟମ୍ ଡ୍ୟାନସରଙ୍କୁ ତାଗିଦ୍, ୧୦୦ ଠେଙ୍ଗା ରେଡି, ଅଧିକ ଖୋଲିଲେ ହେବ ପାହାର

ଖଣ୍ଡଗିରି ଯାତ୍ରା ପୂର୍ବରୁ ଆଇଟମ୍ ଡ୍ୟାନସରଙ୍କୁ ଠେଙ୍ଗାମାଡ଼ର ଚେତାବନୀ ଦେଲେ ବିଜେପି ବିଧାୟକ ବାବୁ ସିଂ। ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶ କଲେ ପୁରା ସିରିୟସ୍ ମାଡ଼ ହେବ।

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଇଟମ୍ ଡ୍ୟାନସରଙ୍କୁ ଠେଙ୍ଗାମାଡ଼ର ଚେତାବନୀ ଦେଲେ ବିଜେପି ବିଧାୟକ ବାବୁ ସିଂ।  ଖଣ୍ଡଗିରି ଯାତ୍ରା ପୂର୍ବରୁ ଏପରି ଚେତାବନି ଦେଲେ ବିଜେପି ବିଯାୟକ।

ଏଥର ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କଲେ ହେବ ଠେଙ୍ଗା ପାହାର। ସେଥିପାଇଁ ଆସିଛି ୧୦୦ ଠେଙ୍ଗା। ଗଣମାଧ୍ୟମରେ ଏନେଇ ରଖିଲେ ପ୍ରତିକ୍ରିୟା।

ସେପଟେ ପୁଣି ସୀମା ଟପିଲେ ନିଶା ମହାରଣା। ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ। କୋରାପୁଟ ବୈପାରୀଗୁଡ଼ାରେ ଆସିଲା ଅଭିଯୋଗ ଏପରି ଅଭିଯୋଗ। ଅଭିଯୋଗ ପରେ ଏପରି କହିଲେ ବାବୁ ସିଂ।

ସେ କହିଛନ୍ତି “ଖଣ୍ଡଗିରିରେ ଯିଏ ଆଇଟମ୍ ଡ୍ୟାନ୍ସ କରିବ ପୁରା ଠେଙ୍ଗା ପାହାର ହେବ। ୧୦୦ ଠେଙ୍ଗା କିଣା ହୋଇକି ଥୁଆ ହୋଇଛି, ପୁରା ସିରିୟସ୍ ମାଡ଼ ହେବ।

ମୋ ସଂସ୍କୃତି ହେଉଛି ସର୍ବଶ୍ରେଷ୍ଠ ସଂସ୍କୃତି, ସେ ସଂସ୍କୃତିକୁ ରକ୍ଷା କରିବା ଦାୟିତ୍ୱ ମୋର। କୋଉଠି ନା କୋଉଠି ମୋ ସସ୍କୃତିକୁ କିଛି ଲୋକ ନଷ୍ଟ କରିବାକୁ ଲାଗିଛନ୍ତି।

ତାଙ୍କୁ କିପରି ସଂସ୍କୃତି ଠାରୁ ଦୂରେଇ ରଖାଯିବ, ଦରକାର ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଛୋଟମୋଟ କାର୍ଯ୍ୟାନୁଷ୍ଠାନ ନୁହେଁ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯିବ। ସୁଯୋଗ ମଧ୍ୟ ଆସିଛି।”