ଭବିଷ୍ୟତରେ ଭାରତର ଭାର ସମ୍ଭାଳିବେ ତିଳକ ବର୍ମା

ଭବିଷ୍ୟତର ସୁପରଷ୍ଟାର ବନିବେ ତିଳକ ବର୍ମା। ତୃତୀୟ ସ୍ଥାନରେ ବ୍ୟାଟିଂ ଦେଲା ନୂଆ ପରିଚୟ।

ମୁମ୍ୱାଇ: ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମାଙ୍କୁ ପ୍ରଶଂସା କରିଛନ୍ତି। ତିଳକଙ୍କୁ ଭବିଷ୍ୟତର ସୁପରଷ୍ଟାର ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ତାଙ୍କ ଚମତ୍କାର ପ୍ରଦର୍ଶନ ଭାରତୀୟ ଦଳର ମଧ୍ୟକ୍ରମକୁ ମଜବୁତ କରିଛି।

ବିଶେଷକରି ଜାନୁଆରି ୨୫ରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ ରେ ତିଲକଙ୍କ ମ୍ୟାଚ୍ ବିଜୟୀ ଇନିଂସ୍ ତାଙ୍କୁ ଜଣେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରତିଷ୍ଠିତ କରିଛି।

ତୃତୀୟ ସ୍ଥାନରେ ବ୍ୟାଟିଂ ଦେଲା ଆଶା: ଆକାଶ ଚୋପ୍ରା ନିକଟରେ ତାଙ୍କ ୟୁଟ୍ୟୁବ ଭିଡିଓରେ କହିଛନ୍ତି ଯେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ତିଲକ ବର୍ମାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ଦେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।

ଏହି ସ୍ଥାନରେ ଖେଳୁଥିବା ତିଲକ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ନିଜକୁ ମ୍ୟାଚ୍ ବିଜୟୀ ଖେଳାଳି ଭାବେ ପ୍ରମାଣିତ କରିଥିଲେ। ଚୋପ୍ରା କହିଛନ୍ତି ଯେ ତିଲକ ବର୍ମା ଏପର୍ଯ୍ୟନ୍ତ ସୁପରଷ୍ଟାର ନୁହଁନ୍ତି, କିନ୍ତୁ ସେ ସେହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଚମତ୍କାର ଇନିଂସ: ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଭାରତୀୟ ବ୍ୟାଟିଂ ଅର୍ଡର ଖରାପ ଥିବା ବେଳେ ତିଲକ ବର୍ମା ୫୫ ବଲ୍ ରୁ ଅପରାଜିତ ୭୨ ରନ୍ କରିଥିଲେ।

ତାଙ୍କ ଇନିଂସରେ ୫ଟି ଚୌକା ଓ ୩ଟି ଛକା ରହିଥିଲା। ତିଲକଙ୍କ ବୁଦ୍ଧିମାନ ବ୍ୟାଟିଂ, ସଠିକ୍ ସଟ୍ ଚୟନ ଏବଂ ଚାପରେ ଧୈର୍ଯ୍ୟ ବଳରେ ଭାରତ ୧୬୬ ରନ୍ ର ଟାର୍ଗେଟ ହାସଲ କରିଥିଲା।

କ୍ରମାଗତ ଭାବେ ଚମତ୍କାର ଫର୍ମରେ ତିଲକ: ନିକଟରେ ତିଲକ ବର୍ମା ନିଜ ବ୍ୟାଟିଂ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ୪ଟି ଟି-୨୦ ମ୍ୟାଚରେ ସେ ଅପରାଜିତ ରହି ୩୧୮ ରନ୍ କରିଛନ୍ତି।

ଏଥିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଦୁଇଟି ଶତକ ରହିଛି। ବଡ଼ ମ୍ୟାଚ୍ ରେ ପ୍ରଦର୍ଶନ କରିବାର ଦକ୍ଷତା ତାଙ୍କ ପାଖରେ ରହିଛି ବୋଲି ତାଙ୍କ ଫର୍ମ ପ୍ରମାଣିତ କରିଛି।

ତିଲକ ବର୍ମାଙ୍କ ବ୍ୟାଟିଂରେ ପରିପକ୍ୱତା ଏବଂ ଚାପରେ ପ୍ରଦର୍ଶନ କରିବାର ଦକ୍ଷତା ତାଙ୍କୁ ଭାରତୀୟ ଟି-୨୦ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି କରିଛି।

କଠିନ ପରିସ୍ଥିତିରେ ମଧ୍ୟ ମ୍ୟାଚ୍ ଜିତିବାର ଦକ୍ଷତା ତାଙ୍କ ପାଖରେ ରହିଛି ବୋଲି ଇଂଲଣ୍ଡ ବିପକ୍ଷରେ ତାଙ୍କ ଇନିଂସ ଦର୍ଶାଇଥିଲା। ତାଙ୍କର ନିରନ୍ତରତା ଏବଂ ଧୈର୍ଯ୍ୟ ତାଙ୍କୁ ଭବିଷ୍ୟତରେ ଭାରତର ଅନ୍ୟତମ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ରେ ପରିଣତ କରିପାରେ ।