(Video) ଭାରତୀୟ ଚେସ୍ ଖେଳାଳି ବୈଶାଳୀଙ୍କ ସହ ହ୍ୟାଣ୍ଡସେକ୍ କରିବାକୁ ମନା କରିଥିଲେ ୟାକୁବୋଭ, ପରେ ମାଗିଲେ ଭୁଲ୍
ଉଜବେକିସ୍ତାନ ଗ୍ରାଣ୍ଡମାଷ୍ଟର ନୋଡିରବେକ ୟାକୁବୋଭ ଭାରତୀୟ ଜିଏମ ଆର ବୈଶାଳୀଙ୍କ ସହ ହ୍ୟାଣ୍ଡସେକ କରିବାକୁ ମନାକରିବା ନେଇ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିଛନ୍ତି ।
ନୂଆଦିଲ୍ଲୀ: ଉଜବେକିସ୍ତାନ ଗ୍ରାଣ୍ଡମାଷ୍ଟର ନୋଡିରବେକ ୟାକୁବୋଭ ଭାରତୀୟ ଜିଏମ ଆର ବୈଶାଳୀଙ୍କ ସହ ହ୍ୟାଣ୍ଡସେକ କରିବାକୁ ମନାକରିବା ନେଇ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିଛନ୍ତି ।
ଏହି କାରଣ ପାଇଁ ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିବାଦ ସୃଷ୍ଟି ହୋଇଛି । ୟାକୁବୋଭ କହିଛନ୍ତି ଯେ, ତାଙ୍କର କୌଣସି ଅସମ୍ମାନ କରିବାର ଉଦ୍ଦେଶ୍ୟ ନଥିଲା । ହେଲେ ସେ ଧର୍ମ କାରଣରୁ ଏହାର କୌଣସି ଉତ୍ତର ଦେଇ ନଥିଲେ ।
ସୋସିଆଲ ମିଡିଆରେ ଚେସବେସ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଚତୁର୍ଥ ରାଉଣ୍ଡ ଖେଳ ଆରମ୍ଭ ହେବା ପୂର୍ବରୁ ବୈଶାଳୀ ୟାକୁବୋଭଙ୍କୁ ହ୍ୟାଣ୍ଡସେକ କାରିବା ପାଇଁ ନିଜ ହାତ ବଢାଇଥିଲେ । କିନ୍ତୁ ୟାକୁବୋଭ ଏହାର କୌଣସି ପ୍ରତିକ୍ରିୟା ଦେଇ ନଥିଲେ, ଏହା ଭାରତୀୟ ଖେଳାଳିଙ୍କୁ ଅସହଜ ମନେହୋଇଥିଲା ।
ଭିଡିଓ ଭାଇରାଲ ହେବା ପରେ ୟାକୁବୋଭ ‘ଏକ୍ସ’ରେ ଏକ ଲମ୍ବ ପ୍ରତିକ୍ରିୟା ଜାରି କରିଛନ୍ତି । ସେ କହିଛନ୍ତି ଯେ, ସେ ବୈଶାଳୀ ଏବଂ ତାଙ୍କ ସାନ ଭାଇ ଆର. ପ୍ରଜ୍ଞାନନ୍ଧାଙ୍କ ସମ୍ମାନ କରୁଛନ୍ତି, କିନ୍ତୁ ସେ ଧାର୍ମିକ କାରଣ ଯୋଗୁଁ ଅନ୍ୟ ମହିଳାମାନଙ୍କୁ ଛୁଅଁନ୍ତି ନାହିଁ ।
Why did Nodirbek refuse to shake Vailshali’s hand??? pic.twitter.com/zKMaFC48zT
— Jesse February (@Jesse_Feb) January 26, 2025
ୟାକୁବୋଭ ଜଣେ ମୁସଲମାନ । ସେ ଲେଖିଛନ୍ତି ଯେ, ମୁଁ ବୈଶାଳୀଙ୍କ ସହ ଖେଳରେ ଘଟିଥିବା ସ୍ଥିତି ବିଷୟରେ କହିବାକୁ ଚାହୁଁଛି । ମହିଳାମାନେ ଏବଂ ଭାରତୀୟ ଚେସ ଖେଳିମାନଙ୍କ ପ୍ରତି ସଂପୂର୍ଣ୍ଣ ସମ୍ମାନ ସହ, ମୁଁ ସମସ୍ତଙ୍କୁ ସୂଚୀତ କରିବାକୁ ଚାହୁଁଛି ଯେ, ମୁଁ ଧାର୍ମିକ କାରଣ ଯୋଗୁଁ ଅନ୍ୟ ମହିଳାମାନଙ୍କୁ ଛୁଏଁ ନାହିଁ ।
ସେ ଆହୁରି କହିଛନ୍ତି ଯେ, ମୁଁ ବୈଶାଳୀ ଏବଂ ତାଙ୍କ ଭାଇଙ୍କୁ ଭାରତର ସବୁଠୁ ଶକ୍ତିଶାଳୀ ଚେସ୍ ଖେଳାଳି ଭାବେ ସମ୍ମାନ ଜଣାଉଛି । ଯଦି ମୋ ବ୍ୟବହାରରେ ସେମାନଙ୍କୁ କଷ୍ଟ ହୋଇଛି, ତେବେ ମୁଁ କ୍ଷମା ମାଗୁଛି ।
ସେ କହିଛନ୍ତି, ରୋମାନିୟା ହରିନା ବୁଲମାନାଙ୍କ ବିପକ୍ଷରେ ଆଠ ରାଉଣ୍ଡ ଖେଳରେ ଏପରି ପରିସ୍ଥିତିରୁ ବଞ୍ଚିବା ଲାଗି, ମୁଁ ତାଙ୍କୁ ଏହି ବିଷୟରେ ଆଗରୁ କହିଦେଇଥିଲି ।