ଡାକ୍ତରଙ୍କ ପାଇଁ କାନ୍ଦୁଛନ୍ତି ଲୋକେ, ଡାକ୍ତର ରାଓଙ୍କୁ ଦେଖିବା ଲାଗି ରୁଣ୍ଡ ହେଲେ ଶହ ଶହ ଲୋକ Video

ଝୁରୁଛନ୍ତି ରୋଗୀ । ଆଉ ଚିକିତ୍ସ୍ୟା କରିବେନି ଡା. ରାଓ ।

ରାୟଗଡ଼ା: ଆଉ ନାହାନ୍ତି ଗରିବଙ୍କ ବନ୍ଧୁ । ବାହୁନି କାନ୍ଦୁଚି ଡାକ୍ତରଖାନା ଆଉ ଝୁରୁଛନ୍ତି ରୋଗୀ । ରାୟଗଡ଼ା ଜିଲ୍ଲାର ଜଣାଶୁଣା ଡ଼ାକ୍ତର ୱାଇ. ଆର ରାଓ (୭୨)ଙ୍କ ମୃତ୍ୟୁ ଘଟିଛି । ସ୍କୁଟିରୁ ପଡି ଆଜି ମଧ୍ୟାହ୍ନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ଡାକ୍ତର ରାଓ ଘରକୁ ଯାଉଥିଲେ । କାମ୍ପ ସହି ନିକଟରେ ସ୍କୁତିରୁ ପଡି ତାଙ୍କ ମୃତ୍ୟୁ ହୋଇଯାଇଛି । ସାହିର ଲୋକମାନେ ଡାକ୍ତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ କରି ଡାକ୍ତର ରାଓଙ୍କୁ ମେନ୍ ରୋଡ ସ୍ଥିତ ବାସଭବନ ଅଣାଯାଇଥିଲା ।

ଝୁରୁଛନ୍ତି : ସେଠାରେ ଶତାଧିକ ଲୋକ ତାଙ୍କ ପ୍ରିୟ ଡାକ୍ତରଙ୍କ ଶେଷ ଦର୍ଶନ କରିଥିଲେ । ରାଓ ଗରିବଙ୍କ ଡାକ୍ତର ରହିଥିଲେ । ଟଙ୍କା ପାଇଁ ସେ କେବେ କ୍ଲିନିକ୍ ଖୋଲିନଥିଲେ ବୋଲି ସମସ୍ତଙ୍କ ପାଟିରେ ଆଜି ବାହାରିଛି । ଡାକ୍ତର ୱାଇ. ଆର ରାଓଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ଖେଳିଯାଇଛି ।

ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା ସେବା । ଚିକିତ୍ସ୍ୟା ଦ୍ୱାରା ଲୋକଙ୍କ ସେବା କରିବା ତାଙ୍କର ଥିଲା ମୂଳ ଉଦେଶ୍ୟ। ତାଙ୍କ ଥାଉ ଅବା ନଥାଉ ପ୍ରତିଟି ରୋଗୀଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ । ବହୁ ଦୂର ଦୂରାନ୍ତରୁ ଲୋକେ ତାଙ୍କ ନିକଟକୁ ରେହ ଦେଖାଇବାକୁ ଆସନ୍ତି । ଆଜି ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।