ଦଇବର ଭାବନା ବଡ ବିଚିତ୍ର….ମା’ର ମୃତ୍ୟୁ ପରେ ଭାଙ୍ଗିପଡିଲେ 2 ଝିଅ, 10 ଦିନ ବନ୍ଦ କଠୋରୀରେ ମୃତଦେହ ସହ ରହିଲେ

ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମାଆର ଗଳିତ ମୃତଦେହ ପାଖେ 10 ଦିନ ଏକ ବନ୍ଦ କୋଠରୀରେ ରହିଲେ ଦୁଇ ଝିଅ ।

ମିଳିଥିବା ସୂଚନା ଅନୁଯାୟୀ, ମା’ର ହଠାତ୍ ମୃତ୍ୟୁ ପରେ ଦୁଇ ଭଉଣୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୁଃଖରେ ଭାଙ୍ଗିପଡି ଭିତରିରୁ ଘର ବନ୍ଦ କରି ସେମାନେ ମାଆର ମର ଶରୀର ସହିତ ପ୍ରାୟ ନଅ ଦିନ ରହିଲେ ।  ତେବେ ଏନେଇ ପଡୋଶୀମାନେ ମଧ୍ୟ ଖରପ ପାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଝିଅମାନେ ହିଁ ଦେଲେ ମୃତ୍ୟୁ ଖବର- ଏହା କୁହାଯାଉଛି ଯେ, ବିଧାୟକ କ୍ୟାମ୍ପକୁ ଯାଇ ଏନେଇ ସୂଚନା ଦେଇଥିଲେ । ଜାନୁଆରୀ 31 ତାରିଖରେ ଏହି ଦୁଇ ଭଉଣୀ ସ୍ଥାନୀୟ ବିଧାୟକଙ୍କ କ୍ୟାମ୍ପ କାର୍ଯ୍ୟାଳୟକୁ ଯାଇଥିଲେ ଯେ ଯେଉଁଠାରେ ସେମାନେ ନିବେଦନ କଲେ । ଟଙ୍କା ନଥିବାରୁ ଅନ୍ତିମ କାର୍ଯ୍ୟ କରିପାରୁ ନଥିବା କଥା କହିଥିଲେ ।

ଥାନାରେ ଯାଇ ଏତଲା ଦେଲେ- କ୍ୟାମ୍ପରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ କୁହାଗଲା । ଯେଉଁଠାରେ ତାଙ୍କ ମାଙ୍କ ମୃତ୍ୟୁ ବିଷୟରେ ସେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ପୋଲିସ ମହିଳାଙ୍କୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ତାଙ୍କ ପିତା ତାଙ୍କୁ ବହୁ ବର୍ଷ ପୂର୍ବେ ଛାଡି ଯାଇଥିବା ବେଳେ ଏବେ ମାର ମୃତ୍ୟୁ ପରେ ବେସାହାରା ଭାଇ ଭଉଣୀ ।