World Cancer Day 2025: ଏହି ୫ଟି ଜିନିଷ କ୍ୟାନ୍ସର ବିପଦକୁ କରିବ ୫୦ ପ୍ରତିଶତ କମ, ବିନା ବିଳମ୍ବରେ ଆପଣାନ୍ତୁ
ସାରା ଦୁନିଆରେ କ୍ୟାନ୍ସର ଖୁବ ଜୋରରେ ସଂକ୍ରମିତ ହେଉଛି। କ୍ୟାନ୍ସର ଏଭଳି ଏକ ରୋଗ ଯାହାର ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଡର ସୃଷ୍ଟି ହୋଇଥାଏ।
ଓଡ଼ିଶା ଭାସ୍କର: କ୍ୟାନ୍ସର ଆଜିର ଦୁନିଆ ପାଇଁ ଏକ ଚ୍ୟାଲେଞ୍ଜ ସାଜିଛି। ପ୍ରତି ବର୍ଷ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଚାଲିଯାଉଛି। ସାରା ଦୁନିଆରେ ହେଉଥିବା ମୃତ୍ୟୁର ଏକ ବଡ଼ କାରଣ କ୍ୟାନ୍ସର।
ଗତ କିଛି ବର୍ଷରେ କ୍ୟାନ୍ସର ଦ୍ରୁତଗତିରେ ବଢୁଥିବା ଭୟଙ୍କର ରୋଗ ସାଜିଛି। ଯାହାର କାରଣ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ବଢୁଥିବା ଜନସଂଖ୍ୟା ବୋଲି କୁହାଯାଉଛି।
ଭାରତରେ ସବୁଠୁ ଅଧିକ ମାଉଥ କ୍ୟାନ୍ସର, ସର୍ଭିକାଲ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ଏବଂ ଫୁସଫୁସ କ୍ୟାନ୍ସର ମାମଲା ସାମ୍ନାକୁ ଆସୁଛି।
ଯାହାର କାରଣ ତମ୍ବାକୁର ଉପଯୋଗ, ଅସ୍ୱାସ୍ଥ୍ୟକର ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପରେ ହ୍ରାସ ଏବଂ ଏଚପିଭି ଭଳି ସଂକ୍ରମଣ।
କ୍ୟାନ୍ସରକୁ କିପରି ରୋକାଯାଇପାରିବ: ରାଜୀବ ଗାନ୍ଧୀ କ୍ୟାନ୍ସର ଇନଷ୍ଟିଚ୍ୟୁଟ ଆଣ୍ଡ ରିସର୍ଚ୍ଚ ସେଣ୍ଟର ମୁତାବକ, ସାରା ଦୁନିଆରେ ପ୍ରସାରିତ ୫୦ ପ୍ରତିଶତ କ୍ୟାନ୍ସରକୁ ରୋକାଯାଇପାରିବ। ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବାକୁ ପଡିବ।
ସର୍ବପ୍ରଥମେ ତମ୍ବାକୁର ସେବନ ବନ୍ଦ କରନ୍ତୁ। ଦ୍ୱିତୀୟ ଜିନିଷ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ତୃତୀୟ ଜିନିଷ ଏଚପିଭି ଏବଂ ହେପେଟାଇଟିସ ଟୀକାକରଣ ଅବଶ୍ୟ କରନ୍ତୁ, ଚତୁର୍ଥ ଜିନିଷ ନିୟମିତ ଭାବେ ଯାଞ୍ଚ କରାନ୍ତୁ ଏବଂ ପଞ୍ଚମ ଜିନିଷ କ୍ୟାନ୍ସର ବିଷୟରେ ଅଧିକରୁ ଅଧିକ ସଚେତନ ରୁହନ୍ତୁ। ଏଥିରେ କ୍ୟାନ୍ସରର ବିପଦକୁ କମ କରାଯାଇପାରିବ।
ବିଶ୍ୱ କର୍କଟ ଦିବସ ୨୦୨୫: ପ୍ରତିବର୍ଷ ୪ ଫେବୃଆରୀ ଦିନକୁ ବିଶ୍ୱ କ୍ୟାନ୍ସର ଦିବସ ଭାବେ ପାଳନ କରାଯାଇଥାଏ। ସାରା ଦୁନିଆରେ କ୍ୟାନ୍ସର ବିଷୟରେ ଲୋକଙ୍କୁ ସଚେତନ କରାଯାଏ।
ଚଳିତ ବର୍ଷ ବିଶ୍ୱ କ୍ୟାନ୍ସର ଦିବସ ୨୦୨୫ର ଥୀମ, ‘ୟୁନାଇଟେଡ ବାୟ ୟୁନିକ’ ରଖାଯାଇଛି। ଯେଉଁଥିରେ କ୍ୟାନ୍ସର ବିରୋଧରେ ଯୁଦ୍ଧ ଜିତିବା ଲାଗି ଲୋକଙ୍କୁ ୟୁନିକ ଷ୍ଟୋରିକୁ ଜାଣିବା ପାଇଁ ଚେଷ୍ଟା କରାଯିବ।