ଓଡ଼ିଶା ଭାସ୍କର: କୁମ୍ଭମେଳା ଲଣ୍ଡା ହେଲେ ପୂର୍ବତ୍ତନ ବିଜେପି ନେତ୍ରୀ ସୁନିତ ମୁଣ୍ଡ । ଗଙ୍ଗାରେ କେଶ ଦାନ କରି ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସେ ଶପଥ ନେଇଛନ୍ତି ।
ସୋସିଆଲ ମିଡିଆରେ ସୁନୀତି ପୋଷ୍ଟ କରିଥିବା କିଛି ଫଟୋ ଏବଂ ଭିଡିଓକୁ ଦେଖି ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଛି । ବିଜେପିରୁ ତଡ଼ା ଖାଇଲା ପରେ ତାଙ୍କ ରାଜନୈତିକ କ୍ୟାରିୟରରେ ଯେମିତି ଝଡ଼ ଆସିଯାଇଛି ।
ଲାଣ୍ଡି ହେଲେ ସୁନୀତି: ପ୍ରୟାଗରାଜର ମହାକୁମ୍ଭରେ ସେ କେଶ ବିସର୍ଜନ କରିଛନ୍ତି । ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି ।
ରାଜନୀତିରେ ବିଫଳ ହେବା ପରେ ସେ ପ୍ରତିଶୋଧ ନେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଭବିଷ୍ୟତରେ ଆଧ୍ୟାତ୍ମିକତା ଆଡ଼କୁ ଢ଼ଳିବା ପାଇଁ ସେ ଚେଷ୍ଟା କରିବେ କିନ୍ତୁ ରାଜନୀତି ସହ ସେ ଜଡ଼ିତ ରହିବେ ।
କ’ଣ କହିଲେ ସୁନୀତି?
ସୁନିତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ୱତୀ ପୂଜା ଉପଲକ୍ଷେ ହାର୍ଦ୍ଧିକ ଶୁଭକାମନ । ଆଜିର ଏହି ପବିତ୍ର ଦିନରେ ନିଜ ଶରୀରର ସୌନ୍ଦର୍ଯ୍ୟ ବଢ଼ାଉଥିବା କେଶ ତ୍ୟାଗ କଲି । ହେ ମା ସରସ୍ୱତୀ କୃପା କରି ମୋ ଲେଖନୀରେ ଅଧିକ ଶକ୍ତି ସ୍ଫୁରିତ କର । ଅନ୍ୟାୟ ବିରୁଦ୍ଧରେ ମୋ ଲେଖା ଆହୁରି ଶାଣିତ ହେଉ ।’
ସୁନୀତି ନିଲମ୍ବିତ: ୨୦୨୨ ମସିହାରେ ବିଜେପି ପକ୍ଷରୁ ସୁନୀତି ଏବଂ ବିଜେଡି ପକ୍ଷରୁ ସୁଲୋଚନାଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରାଯାଇଥିଲା ।
ତେବେ ସୁନୀତିଙ୍କୁ ହରାଇ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ପ୍ରାର୍ଥୀ ହୋଇଥିଲେ ସୁଲୋଚନା ।
ପାଖାପାଖି ୬୧ ହଜାର ଭୋଟ୍ ବ୍ୟବଧାନରେ ସୁଲୋଚନାଙ୍କ ଠାରୁ ସେ ପରାସ୍ତ ହୋଇଥିଲେ ।
ଏହା ପରେ ଦଳ ବିରୋଧୀ କାର୍ଯ୍ୟ ଦଳୀୟ ଅନୁଶାସନ ଭଙ୍ଗ କରିବା ଭଳି ଅଭିଯୋଗ ହୋଇଥିଲା ସୁନୀତିଙ୍କ ନାମରେ ।
ପରେ ୨୦୨୪ ଅଗଷ୍ଟ ୩୧ ତାରିଖ ଦିନ ସୁନୀତିଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏହାପରେ ଦଳୀୟ କାର୍ଯ୍ୟରେ ସୁନୀତିଙ୍କୁ ଦେଖିବାକୁ ମିଳିନଥିଲା ।