ସକାଳ ୯ଟା ପର୍ଯ୍ୟନ୍ତ ମୋଟ୍ ୮.୧୦% ମତଦାନ, ଏହି ଆସନରେ ସର୍ବାଧିକ ୧୨.୧୭% ମତଦାନ

ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମୋଟ୍ ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା ।

ଏହି ନିର୍ବାଚନରେ ୧.୫୬ କୋଟିରୁ ଉର୍ଦ୍ଧ୍ୱ ମତଦାତା ନିଜ ମତଦାନ ସାବ୍ୟସ୍ତ କରିବେ । ଏଥିରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଆଜି ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବ ।

ସକାଳ ୯ଟା ପର୍ଯ୍ୟନ୍ତ ମୋଟ୍ ୮.୧୦% ମତଦାନ ହୋଇଛି । ସେଣ୍ଟ୍ରାଲ ଦିଲ୍ଲୀ(୬.୬୭%), ପୂର୍ବ ଦିଲ୍ଲୀ(୮.୨୧%), ନୂଆଦିଲ୍ଲୀ(୬.୫୧), ଉତ୍ତର ଦିଲ୍ଲୀ(୭.୧୨), ଉତ୍ତର ପୂର୍ବ ଦିଲ୍ଲୀ(୧୦.୭୦), ଉତ୍ତର ପଶ୍ଚିମ ଦିଲ୍ଲୀ(୭.୬୬), ଶହଦରା(୮.୯୨), ଦକ୍ଷିଣ ଦିଲ୍ଲୀ(୮.୪୩), ଦକ୍ଷିଣ ପୂର୍ବ ଦିଲ୍ଲୀ(୮.୩୬%), ଦକ୍ଷିଣ ପଶ୍ଚିମ ଦିଲ୍ଲୀ(୯.୩୪%),ଏବଂ ପଶ୍ଚିମ ଦିଲ୍ଲୀ(୬.୬୭%) ମତଦାନ ହୋଇଛି । ସେହିପରି ମୁସ୍ତଫାବାଦ ଆସନରେ ସର୍ବାଧିକ ୧୨.୧୭% ମତଦାନ ହୋଇଛି ।