ଡେରି ନ କରି ଘରେ ଲଗାନ୍ତୁ ଏହି ମେସିନ୍, ମିନିଟରେ ରୁମକୁ କରିଦେବ କଶ୍ମୀର ପରି ଥଣ୍ଡା

କମ୍ ଦାମରେ ମିଳିବ ବେଶୀ ଫାଇଦା । ଉଭୟ ଅନଲାଇନ୍ ଓ ଅଫଲାଇନରେ ଉପଲବ୍ଧ ।

ଓଡ଼ିଶା ଭାସ୍କର: ଆସିଗଲା ଖରା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏ ବର୍ଷ ସର୍ବାଧିକ ଗରମ ଅନୁଭୁତ ହେବ । ଏସି , କୁଲର ଯେତେ ଲଗେଇଲେ ବି ଏ ଗରମକୁ କାଟିବା ହୁଏତ କଷ୍ଟକର ହେବ । କିନ୍ତୁ ଗୋଟିଏ ଏମିତି ମେସିନ୍ ରହିଛି ଯାହା ନିକିଷକରେ ଆପଣଙ୍କୁ ଥଣ୍ଡାର ଅନୁଭବ କରେଇବ ।

ଏହି ମେସିନର ନାମ ଡି-ହ୍ୟୁମିିଡିଫାୟର । ଗରମକୁ ଦୂର କରିବା ପାଇଁ ଏହି ମେସିନକୁ ତିଆରି କରାଯାଇଛି । ଏହାର ଉଦ୍ଦେଶ୍ୟ କଠୋରୀର ବାୟୁରେ ଭରିଥିବା ଆଦ୍ରତାକୁ ବାହାର କରିବା । ଏହାଦ୍ୱାରା ଆଖପାଖ
ବାତାବରଣକୁ ଥଣ୍ଡା କରିଦିଏ ।

ଥଣ୍ଡା ରହିବ ରୁମ୍: ଡିହ୍ୟୁମିଡିଫାୟର ଏକ ଏମିତିଆ ଡିଭାଇସ୍ ଯାହା କାମରେ ଏବଂ ଦାମ୍ରେ ଲୋକଙ୍କ ପାଇଁ ସହଜ ଏବଂ ସରଳ ହେବ । ଏହାର ବ୍ୟବହାରରେ ରୁମ୍ ଥଣ୍ଡା ରହିପାରିବ ।

କମ୍ ଦାମ: ବଜାରରେ ଅତି ସହଜରେ ମିଳିଯାଏ ଡି-ହ୍ୟୁମିଡିଫାୟର । ଏହାର ଦାମ୍ ମଧ୍ୟ ଖୁବ୍ କମ୍ । ଉଭୟ ଅନଲାଇନ୍ ଓ ଅଫଲାଇନରେ ଏହା ଉପଲବ୍ଧ । ୫୦୦୦ ଟଙ୍କାରୁ ଏହାର ରେଟ୍ ଷ୍ଟାର୍ଟ ହୋଇଯାଏ । ଏସି କିଣିବା ପାଇଁ ୩୦ ହଜାରରୁ ଅଧିକ ଟଙ୍କା ଲାଗୁଥିବାବେଳେ ଡି-ହ୍ୟୁମିଡିଫାୟର ବାୟୁର ଆଦ୍ରତାକୁ କମ୍ ସମୟରେ କମେଇ ଦିଏ ।

ଏହାପାଇଁ ବେଶୀ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ି ନ ଥାଏ । ସହଜରେ ବର୍ଷ ବର୍ଷ ଚାଲୁଥାଏ ।