କଟକ-ଭୁବନେଶ୍ବର ହେବ ଏ-କ୍ଲାସ ସିଟି, ଖର୍ଚ୍ଚ ହେବ 10 କୋଟି

ଭୁବନେଶ୍ୱରରେ ଖର୍ଚ୍ଚ ହେବ ୭ ହଜାର କୋଟି ଟଙ୍କା । କଟକରେ ବି ସାଢ଼େ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏନେଇ ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଟ୍ବିନସିଟିରେ ଖର୍ଚ୍ଚ ହେବ 10 କୋଟି-   ଭୁବନେଶ୍ୱରରେ ଖର୍ଚ୍ଚ ହେବ ୭ ହଜାର କୋଟି ଟଙ୍କା  ।  ସେହିପରି କଟକରେ ବି ସାଢ଼େ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

କଟକ ଏବଂ ଭୁବନେଶ୍ବରକୁ ଏ-କ୍ଲାସ ସିଟି ଭାବେ କିପରି ପରିଚିତ ହେବ ସେନେଇ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ଅଧୀନ ସମସ୍ତ ରାସ୍ତାକୁ ସମତଳ କରାଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।