ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସୂର୍ଯ୍ୟାସ୍ତ ପରେ ଗିରଫ ହୋଇପାରିବେ ମହିଳା…

ସୂର୍ଯ୍ୟାସ୍ତ ପରେ ମହିଳା ହୋଇପାରିବେ ଗିରଫ । ରାୟ ଶୁଣାଇଲେ ଏହି କୋର୍ଟ ।

ମାଦ୍ରାସ: ମାଦ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣିରେ କହିଛନ୍ତି ଯେ, ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ କରିବା ଉପରେ ଆଇନଗତ ପ୍ରତିବନ୍ଧକ ଲଗାଯାଇପାରିବ କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ ।

ଜଷ୍ଟିସ୍ ସ୍ୱାମୀନାଥନ୍ ଏବଂ ଜଷ୍ଟିସ୍ ଏମ୍. ଜୋଥିରମନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ଶୁଣାଣିବେଳେ କହିଛନ୍ତି, ସୂର୍ଯ୍ୟାସ୍ତ ପରେ ମହିଳାଙ୍କୁ ଗିରଫ କରା ନ ଯିବାର ଯେଉଁ ଆଇନ ରହିଛି ତାହା ସତର୍କ ଉପାୟରେ କାର୍ଯ୍ୟ କରେ । କିନ୍ତୁ ଏହାର ପାଳନ କରିବା ମହିଳାଙ୍କ ଗିରଫଦାରୀକୁ ଅବୈଦ୍ଧ ଦର୍ଶାଇ ନ ଥାଏ ।

ଏହା ବେଆଇନ ନୁହେଁ: କିଛି ଜରୁରୀ ପରିସ୍ଥିତିରେ ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ ନ କରିବା ପାଇଁ ସ୍ୱତନ୍ତ୍ର ଆଇନ ରହିଛି । ମହିଳାଙ୍କୁ ସୂର୍ଯ୍ୟାସ୍ତପରେ ଗିରଫ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ । କିନ୍ତୁ କେଉଁ ଭଳି ପରିସ୍ଥିତି ତାକୁ ସ୍ପଷ୍ଟ ଭାବେ ବ୍ୟବସ୍ଥାରେ କୁହାଯାଇନାହିଁ ।

‘ସଲମା ଭିଏସ୍ ଦ ଷ୍ଟେଟ୍’ କେସର ଉଦାହରଣ ଦେଇ ଖଣ୍ଡପୀଠ କହିଛନ୍ତି, ସିଙ୍ଗଲ୍ ଜଜ୍ ମହିଳାଙ୍କୁ ଗିରଫ ପାଇଁ ଆଦେଶ ଦେଇଦେଲେ । କିନ୍ତୁ ଡିଭିଜନ୍ ବେଞ୍ଚ ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ କେସ ଲଢ଼ୁଥିବା ଅଫିସରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇପାରି ନ ଥିଲେ ।

ବିଭାଗକୁ ନିର୍ଦେଶ: ରାତିରେ ମହିଳାଙ୍କୁ ଗିରଫ ନ କରିବା ପାଇଁ ଅସାଧାରଣ ସ୍ଥିତି କ’ଣ ରହିଛି ସେ ବିଷୟରେ ଆଲୋକପାତ କରିବା ପାଇଁ ଖଣ୍ଡପୀଠ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଭାରତୀୟ ନ୍ୟାୟ ସଂହିତାର ୪୩ ଧାରାରେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।

ହାଇକୋର୍ଟ ଇନସ୍ପେକ୍ଟର ଅନୀତା ଏବଂ ହେଡ୍ କନଷ୍ଟେବଲ କୃଷ୍ଣାବେଣୀଙ୍କ ବିରୋଧରେ ଏକକ ବେଞ୍ଚ ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । ସୂର୍ଯ୍ୟାସ୍ତ ପରେ ମହିଳାଙ୍କୁ ଗିରଫ କରିବା ନେଇ ଏମାନଙ୍କ ଉପରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ପ୍ରମାଣ ବାଟବଣା କରିଥିବା ସବ୍-ଇନସ୍ପେକ୍ଟର ଦୀପାଙ୍କ ବିରୋଧରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଟାନ ନିଆଯିବ ।