ଆଜିଠୁ କଡ଼ା ଚେକିଂ, ଗଣିବେ ମୋଟା ଅଙ୍କର ତଣ୍ଡ

ଗାଡି ଧରି ବାହାରକୁ ବାହାରୁଛନ୍ତି କି ତାହାଲେ ହୋଇଯାଆନ୍ତୁ ସତର୍କ। ନ ହେଲେ ଗଣିବାକୁ ପଡିବାରେ ମୋଟା ଅଙ୍କର ତଣ୍ଡ। କାରଣ ବାହାରେ ଚାଲିଛି ଚେକିଂ। ନିୟନ ଉଲଘଂନ କଲେ ଗଣିବେ ତଣ୍ଡ।

ଭୁବନେଶ୍ୱର: ରାଜଧାନୀରେ ଗାଡ଼ି ଧରି ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସାବଧାନ। ଗଣି ପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠାରୁ ଜୋରଦାର ହେବ ଚେକିଂ। ପୋଲିସକୁ ଦେବାକୁ ପଡିପାରେ ତଣ୍ଡ।

ଆଜିଠୁ ଭୁବନେଶ୍ୱର ଓ କଟକରେ ହେବ କଡ଼ା ଚେକିଂ। ଗାଡିରେ ବିକଟାଳ ହର୍ଣ୍ଣଂ କିମ୍ୱା କାରରେ କଳା କାଚ ଲଗାଇଥିଲେ ଧରିବ ପୋଲିସ। ଆଉ ସେଥିପାଇଁ ଗଣିବାକୁ ପଡିବ ତଣ୍ଡ।

କଡ଼ା ଚେକିଂ: ଏମିତି କିଛି ଗାଡି ଅଛି ଯାହା ଶବ୍ଦ ପ୍ରଦୂଷଣ କରେ। କାରଣ ସେହି ଗାଡିରେ ଲାଗିଥାଏ ବିକଟାଳ ହର୍ଣ୍ଣ। ଯାହାକୁ ଶୁଣିବା ପରେ କାନ କଣ ହେଇଯାଏ। ତେଣୁ ଗାଡିରୁ ସେହି ସବୁ ହର୍ଣ୍ଣ କାଢିବାକୁ କଡା ଚେକିଂ କରାଯାଉଛି।

ଏହାଛଡା ଯେଉଁ ମାନଙ୍କ କାରର କାଚ କଳା ରଙ୍ଗର ହୋଇଥିବ। ତାକୁ ବି ଚେକିଂ କରି କାଢିବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ସତର୍କ: ଏହି ଚେକିଂ ହଠାତ୍ ହୋଇନାହିଁ। ବରଂ ପୂର୍ବରୁ ଏନେଇ ସତର୍କ କରିଥିଲେ କମିଶନରେଟ୍ ପୋଲିସ। ଆଉ ଯେଉଁମାନଙ୍କ ଗାଡିରେ ବିକଟାଳ ହର୍ଣ୍ଣ ଲାଗିଛି କିମ୍ୱା କଳା ରଙ୍ଗର କାଚ ଲାଗିଛି ତାକୁ କାଢି ଦେବାପାଇଁ ସତର୍କ କରିଥିଲେ।

ଯାହା ପାଇଁ ଆଜିଠୁ କଡା ଚେକିଂ ଆରମ୍ଭ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱର ଓ କଟକରେ ଏହି ଚେକିଂ ହେଉଛି। ଯେଉଁମାନେ ନିୟମ ଉଲଘଂନ କରିବେ ସେମାନଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ।