Breaking: ମିନିବସକୁ ଚାପିଦେଲା ଟ୍ରକ୍: ୭ ଶ୍ରଦ୍ଧାଳୁଙ୍କ ଚାଲିଗଲା ପ୍ରାଣ

ଜବଲପୁର: ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା । ୭ ଶ୍ରଦ୍ଧାଳୁ ମୃତ୍ୟୁ ବରଣ କରିଥିବା ସୂଚନା ।

କୁମ୍ଭମେଳାରୁ ଅଟୋରେ ୭ ଶ୍ରଦ୍ଧାଳୁ ଫେରୁଥିବାବେଳେ ଏନଏଚ୍ ୩୦ରେ ସିହୋରା ନିକଟରେ ଅଟୋଟି ଟ୍ରକ୍ ସହିତ ପିଟି ହୋଇଥିଲା ।

ଶ୍ରଦ୍ଧାଳୁମାନେ ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବା ସୁଚନା । ଅଟୋଟି ବସରେ ପିଟି ହେବା କାରଣରୁ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

ମୃତକମାନେ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଟିମ୍ ଘଟଣା ତଦନ୍ତ ଆରମ୍ଭ କରିଛି ।