ବାଂଲାଦେଶ: ୪୫ ଦିନ ଆନ୍ଦୋଳନରେ ମରିଛନ୍ତି ୧୪୦୦ ଲୋକ, UN ରିପୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ବାଂଲାଦେଶରେ ବିଦ୍ରୋହ ହୋଇଥିଲା। ଏହି ବିକ୍ଷୋଭରେ ଅନେକ ଲୋକଙ୍କ ଜୀବନ ଯାଇଥିଲା।

ମିଳିତ ଜାତିସଂଘ ମାନବାଧିକାର ବୁଧବାର ତତ୍କାଳୀନ ଶେଖ୍ ହସିନା ସରକାର ବିକ୍ଷୋଭକାରୀଙ୍କ ବିରୋଧରେ ଆକ୍ରମଣ ଓ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଥିଲା।

ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଶେଖ୍ ହସିନାଙ୍କୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ।

ମିଳିତ ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି ଯେ କିପରି ସରକାର ଆୱାମୀ ଲିଗ୍ ପାର୍ଟି ଏବଂ ସୁରକ୍ଷା ସେବାର ହିଂସାତ୍ମକ ତତ୍ତ୍ୱଙ୍କ ସହ ମିଶି ବିକ୍ଷୋଭକାରୀ ଏବଂ ଅନ୍ୟ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ।

ସୁରକ୍ଷା ଓ ଗୁଇନ୍ଦା ସେବା ର ଉଲ୍ଲଂଘନ ପାଇଁ ଶେଖ ହସିନାଙ୍କ ବିରୋଧରେ ତଦନ୍ତ ର ଆବଶ୍ୟକତା ରହିଛି ବୋଲି ଜାତିସଂଘ କହିଛି।

ହିଂସା ପ୍ରସାରରେ ଶେଖ୍ ହସିନାଙ୍କ ହାତ – ଜାତିସଂଘ
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅନୁରୋଧକ୍ରମେ ଜାତିସଂଘମାନବାଧିକାର ତଥ୍ୟ ଅନୁସନ୍ଧାନ କାରୀ ଦଳକୁ ବାଂଲାଦେଶରେ ତଦନ୍ତ ପାଇଁ ଡକାଯାଇଥିଲା।

ଜାତିସଂଘ ଦାବି କରିଛି ଯେ ୨୩୦ରୁ ଅଧିକ ସାକ୍ଷାତକାର ଏବଂ ଦସ୍ତାବିଜ କୁ ଆଧାର କରି କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବାଂଲାଦେଶରେ ହିଂସା ସମୟରେ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଶେଖ୍ ହସିନାଙ୍କ ପ୍ରଶାସନକୁ ସମର୍ଥନ କରିଥିଲେ।

ବାଂଲାଦେଶରେ ୧୪୦୦ ମୃତ୍ୟୁ
ମିଳିତ ଜାତିସଂଘର ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୪୫ ଦିନରେ ପାଖାପାଖି ୧୪୦୦ ଲୋକ ପ୍ରାଣ ହରାଇଛନ୍ତି। ୧୨ରୁ ୧୩ ପ୍ରତିଶତ ଶିଶୁଙ୍କ ସମେତ ଅଧିକାଂଶ ମୃତ୍ୟୁ ପାଇଁ ସୁରକ୍ଷା ବାହିନୀକୁ ଦାୟୀ କରାଯାଇଥିଲା।

ମିଳିତ ଜାତିସଂଘର ଅଧିକାର ମୁଖ୍ୟ ଭୋଲକର ତୁର୍କ ଏହାକୁ କ୍ଷମତା ବଜାୟ ରଖିବା ପାଇଁ ଏକ ଯୋଜନାବଦ୍ଧ ରଣନୀତି ବୋଲି ବର୍ଣ୍ଣନା କରିଛନ୍ତି। ବିକ୍ଷୋଭ ସମୟରେ ନ୍ୟାୟିକ ହତ୍ୟା କାଣ୍ଡ ଏବଂ ମନଇଚ୍ଛା ଗିରଫଦାରୀ ଘଟିଥିବା ସେ କହିଛନ୍ତି।

ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ (ଆଇସିଟି) ଗତ ମାସରେ ଶେଖ୍ ହସିନା ଏବଂ ପୂର୍ବତନ ସାମରିକ ଜେନେରାଲ ଏବଂ ଜଣେ ପୂର୍ବତନ ପୁଲିସ ମୁଖ୍ୟଙ୍କ ସମେତ ଅନ୍ୟ ୧୧ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା।