Breaking: ଚଳିତ ବର୍ଷ ୩୫ ଡିଗ୍ରୀ ଛୁଇଁଲା ସ୍ମାର୍ଟସିଟି ତାପମାତ୍ରା, ଆଗକୁ…
ଏବେଠୁ କଲବଲ କଲାଣି ତାତି। ଜାଡ଼ ପରିବର୍ତ୍ତେ ସିଝାଇଲାଣି ଖରା ତାତି। ମାଘ ମାସରୁ ୩୭ ଡିଗ୍ରୀ ପାର କଲାଣି ରାଜ୍ୟର ତାପମାତ୍ରା। ଆଗକୁ କ'ଣ ହେବ ରାଜ୍ୟର ସ୍ଥିତି।
ଭୁବନେଶ୍ୱର: ମାଘ ମାସରେ କଲବଲ କରୁଛି ଖରା। ଶୀତ ବଦଳରେ ରେକର୍ଡ ପରେ ରେକର୍ଡ କରୁଛି ତାତି। ଯେଉଁ ସମୟରେ ପାରଦ ଖସିବା କଥା ସେତେବେଳେ ଖରାର ପରିମାଣ ବଢି ବଢି ଚାଲିଛି।
ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରରେ ତାତି ୩୫ ଡିଗ୍ରୀ ଛୁଇଁଛି। ଯାହାକି ଚଳିତ ବର୍ଷର ସର୍ବାଧିକ ରେକର୍ଡ କରାଯାଇଛି। ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।
ଯେଉଁଥିରୁ ଅନୁମାନ କରାଯାଉଛି ଆଗକୁ ଖରା କି ପ୍ରକାର ତାଣ୍ଡବ କରିବ। ଘରୁ ବାହାରିବା ଅସମ୍ଭବ ପ୍ରାୟ ଲାଗୁଛି। କାରଣ ଯେତେବେଳେ ଶୀତ ସମୟରେ ଏତେ ଜୋରେ ଟାଣ ଖରା ହେଉଛି। ସେତେବେଳେ ଖରା ଦିନରେ ପରିସ୍ଥିତି କ’ଣ ହେବ ତାହା ଏବେଠାରୁ ଅନୁମାନ କରିହେଉଛି।
କେବଳ ଯେ ଭୁବନେଶ୍ୱରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି ତାହା ନୁହେଁ। ବରଂ ରାଜ୍ୟରେ ଚଳିତ ବର୍ଷ ଫେବୃଆରୀ ଆରମ୍ଭରୁ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଗଲାଣି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।