ଘୋଷଣା ହେଲା RCBର ଅଧିନାୟକଙ୍କ ନାଁ, କୋହଲିଙ୍କ ବଦଳରେ ଇଏ ଧରିଲେ ମଙ୍ଗ

ଆଗକୁ ହେବାକୁ ଯାଉଛି IPL। ତେଣୁ ଏବେଠାରୁ RCB ଘୋଷଣା କରିଛି ନିଜ ଅଧିନାୟକଙ୍କ ନାଁ। ଏଥର ବିରାଟ କୋହଲି ନୁହେଁ ବରଂ ଏହି ଖେଳାଳି ହେଲେ RCBର ଅଧିନାୟକ। ଦିନେ RCBରେ ଡେବ୍ୟୁ କରିଥିଲେ ଏବେ ଦଳର ଅଧିନାୟକ ହେଲେ।

ନୂଆଦିଲ୍ଲୀ: ଘୋଷଣା ହେଲା RCBର ନୂଆ ଅଧିନାୟକଙ୍କ ନାଁ। ଚଳିତ ବର୍ଷ IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ହେବେନି ରନ୍ ମେସିନ୍ ବିରାଟ କୋହଲି। ତାଙ୍କ ଜାଗାରେ ଆଉ ଜଣେ ଖେଳାଳିଙ୍କୁ ସ୍ଥାନ ମିଳିଛି।

ଏନେଇ RCB ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ଲାଇଭ୍ ସେସନ୍ ମାଧ୍ୟମରେ ୨୦୨୫ ବର୍ଷର IPL ପାଇଁ ଦଳର ଅଧିନାୟକଙ୍କ ନାଁ ଘୋଷଣା କରିଛି। ସେ ଆଉ କେହି ନୁହଁନ୍ତି ଅନେକ ରେକର୍ଡ କରିଥିବା ୩୧ ବର୍ଷୀୟ ରଜତ ପାଟିଦାର।

ଅଷ୍ଟମ ଅଧିନାୟକ: ଯଦି ଦେଖିବା ପୂର୍ବରୁ RCB ନିଜ ଦଳ ପାଇଁ ୭ ଜଣ ଅଧିନିୟାକଙ୍କୁ ବଦଳାଇ ସାରିଲାଣି। ପୂର୍ବ ବର୍ଷ ୨୦୨୪ IPLରେ ଫାଫ୍ ଡୁ ପ୍ଲେସିସଙ୍କୁ ଦଳର ଅଧିନାୟକ କରିଥିଲା।

ହେଲେ ଆଶା କରାଯାଉଥିଲା ଚଳିତ ବର୍ଷ ପୁଣି ଥରେ କୋହଲିଙ୍କୁ RCB ଅଧିନାୟକ କରିବ। କାରଣ ଆଜି ଯାଏଁ ଥରେ ହେଲେ RCB IPL ଟାଇଟଲ ଜିତିନାହିଁ। ହେଲେ ସେମିତି କିଛି ହୋଇନାହିଁ। କୋହଲିଙ୍କ ବଦଳରେ ଦଳ ରଜତ ପାଟିଦାରଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି।

ଅଧିନାୟକତ୍ତ୍ୱରେ ରଜତଙ୍କ ରେକର୍ଡ: ପୂର୍ବରୁ ରଜତଙ୍କ ରାଜ୍ୟ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ଅଛି। ସେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟପ୍ରଦେଶର ନେତୃତ୍ୱ ନେଇଥିଲେ। ଏହି ସମୟ ପାଟିଦାର ୧୨ଟି ମ୍ୟାଚ୍ ଜିତିଥିବା, ​ବେଳେ ୪ଟିରେ ହାରିଥିଲେ।

ତାଙ୍କ ଅଧିନାୟକତ୍ୱରେ, ରଜତ ମଧ୍ୟପ୍ରଦେଶକୁ ୨୦୨୪-୨୫ ଏସ.ଏମ.ଏ.ଟି ଫାଇନାଲରେ ପହଞ୍ଚାଇଥିଲେ। ଯେଉଁଠାରେ ସେମାନେ ମୁମ୍ବାଇଠାରୁ ହାରିଯାଇଥିଲେ। ଯଦିଓ ଦଳ ହାରିଯାଇଥିଲା କିନ୍ତୁ ରଜତ ନିଜ ରେକର୍ଡ ସୃଷ୍ଟି କରିଥିଲେ।

ରଜତ ପାଟିଦାର ୨୦୨୪-୨୫ ଏସ.ଏମ.ଏ.ଟି ରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଥିଲେ। ଏହି ବ୍ୟାଟ୍ସମ୍ୟାନ୍ ୯ଟି ଇନିଂସରେ ୬୧.୧୪ ହାରରେ ୪୨୮ ରନ କରିଥିଲେ।

IPL କ୍ୟାରିୟର: ରଜତ ପାଟିଦାର IPL ୨୦୨୧ ରେ RCB ପାଇଁ ଡେବ୍ୟୁ କରିଥିଲେ। ସେବେଠାରୁ, ରଜତ ପାଟିଦାରଙ୍କୁ ୨୭ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। ଯେଉଁଥିରେ ସେ ୩୪.୭୪ ହାରରେ ଏବଂ ୧୫୮.୮୫ ଷ୍ଟ୍ରାଇକ୍ ରେଟ୍ ସହିତ ୭୯୯ ରନ୍ କରିଥିଲେ।

ଏହି ସମୟରେ ସେ ଗୋଟିଏ ଶତକ ଏବଂ ସାତଟି ଅର୍ଦ୍ଧଶତକ ହାସଲ କରିଥିଲେ। ରଜତ ପାଟିଦାରଙ୍କ ପାଇଁ ସର୍ବୋତ୍ତମ ସିଜନ ୨୦୨୪ ଥିଲା, ଯେଉଁଠାରେ ସେ ୧୫ଟି ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ ସହାୟତାରେ ୩୯୫ ରନ୍ କରିଥିଲେ।

ରଜତଙ୍କ ଆନ୍ତର୍ଜାତୀୟ କ୍ୟାରିୟର: ୧୯୯୩ ଜୁନ୍ ୧ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ରଜତ ପାଟିଦାର ଭାରତ ପାଇଁ ତିନୋଟି ଟେଷ୍ଟ ଏବଂ ଗୋଟିଏ ଦିନିକିଆ ଖେଳିବାର ସୁଯୋଗ ପାଇଥିଲେ।

ତିନୋଟି ଟେଷ୍ଟର ଛଅଟି ଇନିଂସରେ ୬୩ ରନ କରିଥିଲେ ରଜତ, ଯେଉଁଥିରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୩୨। ସେହି ସମୟରେ, ସେ ଗୋଟିଏ ODIରେ ୨୨ ରନ କରିଥିଲେ।