ଭାଲେଣ୍ଟାଇନ୍ସ ୱିକରେ ପ୍ରେମ କାହାଣୀର THE END: ପ୍ରେମିକାର ପ୍ରେମ ନିଆଁରେ ଜିଅନ୍ତା ଜଳିଗଲା ପ୍ରେମିକ
ପ୍ରେମକରି ଭୁଲ କଲେ ରାମ । ସାମାନ୍ୟ ଝଗଡ଼ାରୁ ବଡ ଅଘଟଣ । ରାଗ ସାଜିଲା କାଳ ।
ରାଉରକେଲା: ଇସ୍ପାତନଗରୀ ରାଉକେଲାରେ ଘଟିଛି ଏକ ଅଭାବନୀୟ ଘଟଣା । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଖଦ ଘଟଣା । ପ୍ରେମିକ ପାଇଁ ପ୍ରେମିକ ହାରିଲେ ପ୍ରାଣ । ଏ ନେଇ ମୃତ ରାମଙ୍କ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଘଟଣାରେ କେହି ଗିରଫ ହୋଇ ନାହାନ୍ତି । ପୋଲିସ ମଧ୍ୟ ଏହି ମାମଲାକୁ ନେଇ କୌଣସି ପ୍ରିତିକ୍ରିୟା ରଖିନାହିଁ ।
ବାପା ହରେଇଲା ପୁଅ: ରାମ ଦାସ ବେସ୍ରାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ସୂଚନା ମୁତାବକ, ପ୍ରେମିକା ସହ ମାତ୍ର କିଛି ସମୟର ଝଗଡା ପରେ ପ୍ରେମିକାର ଆଖି ସାମ୍ନାରେ ନିଜ ଦେହରେ ନିଆଁ ଲଗେଇ ଦେଇଥିଲେ ରାମ । ସେଠାରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧର କରି ନିକଟସ୍ଥ ଡାକ୍ତରଖାନା ନେଇଥିଲେ ।
ଅବସ୍ଥା ଏତେ ଗମ୍ଭୀର ଥିଲା ଯେ, ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ପଠେଇଦେଲେ । କିନ୍ତୁ ରାମଙ୍କୁ ବଂଚେଇବାରେ ସଫଳ ହୋଇନଥିଲେ ସେଠାକର ଡାକ୍ତର । ଶେଷରେ ପ୍ରେମ ପାଇଁ ଜୀବନ ଯୁଦ୍ଧରେ ହାରିଗଲେ ରାମ।
ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ମାମଲା ମଧ୍ୟ ରୁଜୁ କରିଛି । କିନ୍ତୁ କେଉଁ କାରଣ ପାଇଁ ଏ ଅଘଟଣ ଘଟିଲା ତା ଉପରୁ ପରଦା ହଟିନାହିଁ ? ଘଟଣା ପଛରେ ପ୍ରେମିକାର ସମ୍ପୃକ୍ତି ଅଛି କି ନାହିଁ ସେ କଥା ମଧ୍ୟ ଜଣାପଡିନାହିଁ ।