ମୋଦୀ-ଟ୍ରମ୍ପ ଆଲୋଚନା: ଭାରତ ଏବଂ ଆମେରିକାର ସମ୍ପର୍କ ଅତୁଟ କହିଲେ ପ୍ରଧାନମନ୍ତ୍ରୀ

ମୋଦୀଙ୍କୁ ଗ୍ରେଟ ଲିଡର କହିଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ସାରା ବିଶ୍ବରେ ଶାନ୍ତି କାମନା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ: ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଏବଂ ଆମେରିକାର ସମ୍ପର୍କ ଅତୁଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଗ୍ରେଟ ଲିଡର କହିଲେ ଡୋନାଲ୍ଡ ଟ୍ରମ୍ପ ।

ଭାରତର ସ୍ବାର୍ଥ ପ୍ରଥମେ-  ମୋଦୀଙ୍କ କହିବା ଅନୁସାରେ, ଭାରତର ସ୍ବାର୍ଥ ପ୍ରଥମେ ତାହାପରେ ଯାହା । ଅନ୍ୟପଟେ ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହୋଇଛି ।  ତେବେ ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ ।

ଭାରତ ସାରା ବିଶ୍ବରେ ଶାନ୍ତି କାମନା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଟ୍ରମ୍ପ କହିଛନ୍ତି, ଯୁଦ୍ଧ ସମାପ୍ତ କରିବା ଲାଗି ଆମେ ଆଗକୁ ବଢୁଛୁ । ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ବି ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।

2030 ସୁଦ୍ଧା ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା ହେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଦୁହିଁଙ୍କ ମଧ୍ୟରେ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି ।

ବେଆଇନ ଭାବେ ରହୁଥିଲେ ଭାରତ ଆସିବେ-   ବେଆଇନ ଇମିଗ୍ରେସକନ ସମ୍ପର୍କରେ ଓ୍ବାସିଂଟନରେ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନେ ବେଆଇନ ଭାବେ ରହୁଛନ୍ତି ସେମାନଙ୍କ ପାଇଁ କୌଣସି ଆଇନଗତ କୌଣସି ଅଧିକାର ନାହିଁ ବୋଲି କୁହାଯାଇଛି ।

ଯେଉଁମାନେ ବେଆଇନ ଭାବେ ରହୁଛନ୍ତି, ସେମାନଙ୍କୁ ନେବା ପାଇଁ ଭାରତ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ମୋଦୀ । ସେମାନଙ୍କୁ ବଡବଡ ସ୍ବପ୍ନ ଦେଖାଇ ଆମେରିକାକୁ ନିଆଯାଇଛି । ଏଦିଗରେ ଭାରତ-ଆମେରିକା ମିଳିତ ପ୍ରୟାସ କରିବ ।