କୁଆଡେ ଚାଲିଗଲେ ରଣବୀର ଆହ୍ଲାବାଦିଆ! ଫୋନ ସ୍ୱିଚ୍ ଅଫ୍‌, ଚାଲିଛି ଖୋଜା

Indias Got Latent ଶୋ’ରେ ନିଜ ବିବାଦୀୟ ବିବୃତ୍ତିକୁ ନେଇ ବିବାଦ ଘେରରେ ରଣବୀର ଆହ୍ଲାବାଦିଆ ବର୍ତ୍ତମାନ ଘରୁ ନିଖୋଜ ହୋଇଯାଇଛନ୍ତି।

ନୂଆଦିଲ୍ଲୀ: ରଣବୀର ଆହ୍ଲାବାଦିଆଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରଣବୀରଙ୍କ ସହ ବର୍ତ୍ତମାନ ପୋଲିସ ଯୋଗାଯୋଗ କରିପାରୁନି। କୁହାଯାଉଛି ଯେ, ତାଙ୍କ ଫୋନ ସ୍ୱିଚ୍ ଅଫ୍ ଅଛି ଏବଂ ସେ ଘରୁ କୁଆଡେ ପଳାଇଛନ୍ତି।

ଗୁରୁବାର ଦିନ ସଂଧ୍ୟାରେ ଯେତେବେଳେ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ସେତେବେଳେ ତାଙ୍କ ଘରେ ତାଲା ପଡିଥିଲା।

ସୂଚନା ମୁତାବକ, ରଣବୀରଙ୍କ ସଙ୍ଗେ ନା ପୋଲିସ ନା ତାଙ୍କ ଓକିଲ, କେହି ବି ତାଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି। ମୁମ୍ବାଇ ପୋଲିସ ସମନ ରଣବୀରଙ୍କୁ ଦେଇସାରିଛି ଏବଂ ରଣବୀର ପୋଲିସ ଷ୍ଟେସନ ଆସି ନିଜର ବିବୃତ୍ତି ଜାରି କରିବାର ଅପେକ୍ଷା ରହିଛି। ହେଲେ ବର୍ତ୍ତମାନ ରଣବୀର ନିଜ ଫୋନ ସ୍ୱିଚ୍ ଅଫ୍ କରି ନିଖୋଜ ହୋଇଯାଇଛନ୍ତି।

ରଣବୀରଙ୍କୁ ଦୁଇ ଥର ସମନ ପଠାଯାଇସାରିଲାଣି। Indias Got Latent ଶୋ’ର ଭିଡିଓ ଏଡିଟର ପ୍ରଥମ ସାଗର ଖାର ପୋଲିସ ଷ୍ଟେସନରେ ପହଞ୍ଚିସାରିଛନ୍ତି ଏବଂ ସେ ନିଜର ବିବୃତ୍ତି ଜାରି କରି ସାରିଛନ୍ତି।