ଆଉ ମାତ୍ର ୪ଟି ଛକା: ସଚିନଙ୍କ ମହାରେକର୍ଡ ଭାଙ୍ଗିବାରେ ସଫଳ ହେବେ ରୋହିତ ଶର୍ମା

ରୋହିତ ଶର୍ମା ଆଉ ୪ଟି ଛକା ମାରିଲେ ରଚିବେ ଇତିହାସ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ୱାଲର୍ଡ କ୍ରିକେଟରେ ହିଟମ୍ୟାନ କୁହାଯାଏ। ଯେବେ ସେ ଫର୍ମରେ ଖେଳନ୍ତି ତାଙ୍କୁ ଆଉଟ୍ କରିବା ପାଇଁ ବୋଲର ନାକେଦମ ହୋଇଯାଆନ୍ତି। ତେବେ ବାଂଲାଦେଶ ବିପକ୍ଷରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳାଯାଉଥିବା ମୁକାବିଲାରେ ମଧ୍ୟ ରୋହିତ ଶର୍ମା ଏପରି ନଜର ଆସିଥିଲେ।

ଏହି ମୁକାବିଲାରେ ସେ ୩୬ଟି ବଲରେ ୪୧ ରନର ଇଂନିସ ଖେଳିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିଛି। ତେବେ ଏହି ମୁକାବିଲାରେ ରୋହିତଙ୍କ ପାଖେ ଏକ ବଡ଼ ସୁଯୋଗ ରହିଛି। ଏଥିରେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରିବେ।

ମାତ୍ର୪ ଛକାରେ ରଚିବେ ଇତିହାସ: ଭାରତୀୟ ଟିମ ୨୩ ଫେବୃଆରୀରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗ୍ରୁପ-ଏ ରେ ନିଜର ଦ୍ୱିତୀୟ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ।

ଏହି ମ୍ୟାଚରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଉପରେ ରହିଛି। ରୋହିତ ପୂର୍ବ ମ୍ୟାଚରେ ହିଁ ନିଜ ଫର୍ମକୁ ଫେରିବାର ପ୍ରମାଣ ଦେଖାଇ ସାରିଛନ୍ତି। ଏଥିରେ ସେ ପାକିସ୍ତାନ ବିପକ୍ଷରେ ବଡ଼ ଇଂନିସ ଖେଳିବାକୁ ଚେଷ୍ଟା କରିବେ।

ତେବେ ଏହି ମ୍ୟାଚରେ ରୋହିତଙ୍କ ପାଖେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ରୋହିତ ଯଦି ଏହି ମ୍ୟାଚରେ ୪ଟି ଛକା ମାରନ୍ତି, ତେବେ ସେ ସଚିନ ତେନ୍ଦୁଲକରଙ୍କ ମହାରେକର୍ଡକୁ ଭାଙ୍ଗିବାରେ ସଫଳ ହେବେ।

ସଚିନ ତେନ୍ଦୁଲକର ପାକିସ୍ତାନ ବିପକ୍ଷରେ ୬୯ଟି ଦିନିକିଆ ମ୍ୟାଚରେ ଖେଳି ସମୁଦାୟ ୨୯ଟି ଛକା ମାରିଥିଲେ। ଏହି ତାଲିକାରେ ରୋହିତ ଶର୍ମା ୨୬ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ଯଦି ପାକିସ୍ତାନ ବିପକ୍ଷରେ ମାତ୍ର ୪ ଛକା ମାରନ୍ତି, ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବେ।